ମେକ୍ସିକୋ ସିଟି, ୦୭/୦୯ : ଚାଲିଥିଲା ଉତ୍ସବ । ଆତସବାଜିରେ ଫାଟି ପଡୁଥିଲା ଅଞ୍ଚଳ । ଜମା ହୋଇଥିଲେ ହଜାର ହଜାର ଲୋକ । କିନ୍ତୁ କିଛି ମିନିଟରେ ସବୁ କିଛି ବଦଳିଗଲା । ଖୁସି ମନାଉଥିବା ଲୋକେ ଭୟରେ ଏଣେତେଣେ ଦୌଡିଲେ । କିଛି ଏମିତି ଘଟିଛି ମେକ୍ସିକୋରେ । ଏଠାରେ ବର୍ଣ୍ଣିଂ ବୁଲ୍ ଉତ୍ସବରେ ଆତସବାଜି ଫୁଟି ୧୦ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୬୦ ଜଣ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ମଧ୍ୟ ମେକ୍ସିକୋର ଟେମାସ୍କାଲସିଙ୍ଗୋ ଅଞ୍ଚଳର ସାନ୍ତା ମାରିୟାରେ ଏହି ଅଘଟଣ ଘଟିଛି । ଅଘଟଣର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ହସଖୁସିରେ ସମସ୍ତେ ଉତ୍ସବ ମନାଉଛନ୍ତି । ଲୋକେ ଏକ ଷଣ୍ଢର ମୂର୍ତ୍ତିକୁ ଧରି ଚାଲି ଚାଲି ଯାଉଛନ୍ତି । ଏହି ଷଣ୍ଢ ମୂର୍ତିତର ଚଚାରିପାଖରେ ବାଣ ଲଗାଯାଇଛି । ଏହି ବାଣ ଫୁଟୁଛି । ସ୍ଥାନୀୟ ପରମ୍ପରା ଅନୁସାରେ ଏହି ଉତ୍ସବ ପାଳନ କରାଯାଉଛି ।

କୁହାଯାଉଛି ଯେ, ଷଣ୍ଢର ମୂର୍ତ୍ତିରେ ଲଗାଯାଇଥିବା ଆତସବାଜି ପାଇଁ ଗାଁରେ ଥିବା ଏକ ବାଣ ଗୋଦାମରେ ନିଆ ଲାଗିଯାଇଥିଲା । ଏହାପରେ ଜୋରଦାର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖର କାନ୍ଥ ଭାଙ୍ଗି ଯାଇଥିଲା । ଗାଁର ମୁଖ୍ୟ ଛକ ମଧ୍ୟ ନିଆଁର କବଳକୁ ଆସି ଯାଇଥିଲା ।

Also Read :- ମହିଳା ଏସିଆ କପ୍ ଫାଇନାଲ୍: ପୁଣି ଥରେ ଡ୍ରାମା କରିବେ କି ମୋହସିନ୍ ନକଭି ?

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବିସ୍ଫୋରଣ ପରେ ଅନେକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଉଦ୍ଧାରକାରୀ ଟିମ୍ ପହଁଚି ମୃତାହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚର୍ଚ୍ଚର ଦୁଇ ଜଣ ପାଦ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ସେମାନେ ବିପଦମୁକ୍ତ ଅଛନ୍ତି । କେଉଁ କାରଣରୁ ବିସ୍ଫୋରଣ ହୋଇଥିଲା କାହା ସ୍ପଷ୍ଟ ହୋଇନାହିଁ । ମାମଲାର ତଦନ୍ତ ଚାଲିଛି । ପୂର୍ବରୁ ମଧ୍ୟ ଏଠାରେ ବାଣ ବିସ୍ଫୋରଣର ଅନେକ ନଜିର ରହିଛି ।