ଭଦ୍ରକ : ​​​​​​​ପାଉଁଜିର ରୁମଝୁମ୍ ଶବ୍ଦ ଶୁଭିଲା, କେହି ଜଣେ ଆସିଲା ପରି ଲାଗିଲା। ଏମିତି ପରିସ୍ଥିତି ହେଲା ସେ ସମୟରେ ଲାଇଟ୍ ଅଫ୍-ଡାଉନ୍ ହେଲା। ଯେମିତି କି ବିରାଟ କଳା ଛାଇ ମାଡ଼ି ଆସୁଛି । ଅଜବ ଏକ ଶବ୍ଦ। ଛାତି ଥରି ଉଠିଲା ,  ମାଆ ଭଦ୍ରକାଳୀଙ୍କ ମୁକୁଟ ଚୋରି ଆଉ କଣ କରିବୁ । ଭୟରେ ସେଠାରୁ ଖସିବାକୁ ବାଟ ପାଇଲୁନି।  ଭଦ୍ରକାଳୀ ମନ୍ଦିରକୁ ଚୋରି କରିବାକୁ ଯାଇଥିବା ଚୋରର ଏ ଅନୁଭୂତି।

କଣ ଥିଲା ପୂରା ଘଟଣା ?

ଘଟଣା କିଛି ଏମିତି, ସୋମବାର ଭଦ୍ରକର ମାଆ ଭଦ୍ରକାଳୀଙ୍କ ମନ୍ଦିରରେ ଚୋରି କରିଥିଲେ ଦୁଇ ଚୋର। ଚୋରକୁ ଧରିବାକୁ ପୋଲିସ୍ ତଦନ୍ତ ଚଳାଇଥିଲେ। ବୁଧବାର ସେହି ଚୋରଙ୍କୁ ଧରିଛି  ପୋଲିସ୍। ତାପରେ ଏମିତି ଏକ ସାଙ୍ଗାତିକ ତଥ୍ୟା ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ହୁଏତ ବିଶ୍ୱାସ କରି ପାରିବେନି। କାହିଁକିନା ଚୋରଙ୍କ କହିବା ଅନୁଯାୟୀ ମନ୍ଦିରରେ ଏମିତି ସ୍ଥିତି ଉପୁଜିଥିଲା, ଫଳରେ ଚୋର ଚୋରି ନକରି ଫେରି ଆସିଥିଲେ । ଚୋରି ବେଳେ ପରିସ୍ଥିତି କେମିତି ଥିଲା ସେସବୁର ଅନୁଭୂତି ପୋଲିସ୍ ଆଗରେ ବଖାଣିଛନ୍ତି ଚୋର।  କାହିଁକି ସେମାନେ ମା’ଙ୍କ କୋଠରୀ ଦ୍ୱାର ଭାଙ୍ଗିଥିଲେ ବି କିଛି ଚୋରି କରିପାରି ନ ଥିଲେ। କାହିଁକିନା ସେଠାରେ ଶୁଭିଥିଲା  ପାଉଁଜି ଶବ୍ଦ ଆଉ ଦେଖିଥିଲେ ଏକ  ବିରାଟ କଳା ଛାଇ। ସେଥିପାଇଁ  ମାଆ ଭଦ୍ର କାଳୀଙ୍କ ଦୁଇଟି ମୁକୁଟ ନେବାକୁ କରିପାରିନଥିଲେ ସାହସ।  ଛାତି ଥରିଥିଲା ଓ ଶେଷକୁ  କେବଳ ହୁଣ୍ଡି ଟଙ୍କା ନେଇ ଦୌଡି ପଳାଇ ଆସିଥିଲେ ଚୋର । ଦୁଇ ଜଣ ଚୋର ମନ୍ଦିର ନିକଟରେ ପୋଲିସକୁ ଚୋରି ବେଳ ସତ କହୁଥିବାର ଭିଡିଓ ଏବେ ହେଉଛି ଭାଇରାଲ ।

 ପୋଲିସ୍ ଓ ଚୋର ଭିତରେ ଥିଲା ଏମିତି କିଛି କାଥାବର୍ତ୍ତା-

ପୋଲିସ୍ - ଭୂତ ବାହାରିଲା କହୁଥିଲୁ ?

ଚୋର- ନା ସାର୍ ଭୂତ ନୁହେଁ ବଡ଼ ଆକାରର ଛାଇ, ମନ୍ଦିର ଭିତରୁ ଝମ୍ ଝମ୍ ଶବ୍ଦ ହେଉଥିଲା

ପୋଲିସ୍ - କେତେବେଳେ ?

ଚୋର- ଯେତେବେଳେ ମୁଁ ମନ୍ଦିର ଭିତର କବାଟ କାଟିବା ଆରମ୍ଭ କଲି

ପୋଲିସ୍ -  ଖାଲି ଝମ୍ ଝମ୍ ଶବ୍ଦ ନା କାହାରି ପାଦ ଶବ୍ଦ ?

ଚୋର- ନା ସାର୍ ପାଦ ପଡ଼ିବା ସହ ଝମ ଝମ ଶବ୍ଦ ହେଲା

ପୋଲିସ୍ -  ସେତିକିରେ ତୋ ମୁଣ୍ଡରେ କିଛି ପଶିଲାନି ?

ଚୋର- ଭୟରେ ମୁଁ ମନ୍ଦିର ଭିତରୁ ବାହାରି ଆସିବି ବୋଲି ଭାବିଲି । କିନ୍ତୁ ସାହାସ କରି ଆଉ ଏକ ଘରକୁ ଆସି କବାଟ କାଟିବାକୁ ଲାଗିଲି। କିନ୍ତୁ କିଛି ଆଣି ପାରିଲି ନାହିଁ। ମୋ ସାଙ୍ଗ ବେହୋସ  ହୋଇ ପଡ଼ିଥିଲା।  ତାକୁ ଡାକିଲି ସେ ଉଠିଲାନି , ମୁଁ ସେଠାରୁ ଡେଇଁକି ଚାଲି ଆସିଲି ।

ପୋଲିସ୍ -  ସେ ଘରକୁ ଯାଇ ଆଲମାରୀ ଭାଙ୍ଗିଲୁ?

ଚୋର- ହଁ... ହଁ....

ପୋଲିସ୍ -  ଭାଙ୍ଗିଲା ପରେ ମା’ ଙ୍କ ମୁକୁଟ 2 ଟା ଥିଲା କଣ ପାଇଁ ନେଲୁନି ?

ଚୋର- ସେଇଟା କଣ ପାଇଁ ନେବି , ମୁକୁଟ ଠାକୁର ପିନ୍ଧୁଛନ୍ତି । ପଇସା କଣ ଠାକୁର ପିନ୍ଧୁଛନ୍ତି 

ପୋଲିସ୍ -  କଣ କହୁଥିଲୁ , ଭିତରେ କ’ଣ ଦେଖାହେଲା ?

ଚୋର- ମା’ଙ୍କର ପାଉଁଜିର ଝମ୍ ଝମ୍ ଶବ୍ଦ ହେଲା । ଲାଇଟ୍ ଧପ୍ ଧପ୍ ହେଲା , ମୁଁ ସେଇଠୁ ସେଠାରୁ ଦୌଡି ପଲାଇଲି

ପୋଲିସ୍ -  କିଏ ଗୋଡାଇଲା କି ?

ଚୋର- ନା କେହି ଗୋଡ଼ାଇଲେନି। ମୋତେ ଝମ୍ ଝମ୍ ଶବ୍ଦ ଶୁଭିଲା।  ମୋ ଛାତି ପ୍ରବଳ ଥରିଲା। ମୁଁ ଦୌଡ଼ିକି ବାହାରିବା ପାଇଁ ଚେଷ୍ଟା କଲି , ସବୁ ଗେଟ୍ ବନ୍ଦ୍ ଥିଲା । ମୋ ସାଙ୍ଗକୁ ଡାକିଲି ଶୁଣିଲାନି।  ମୁଁ ଡରିକି ଡେଇଁକି ପଳାଇ ଆସିଲି  ।

ପୋଲିସ୍ -  କହୁଥିଲୁ ପା ତୋତେ ଛାଇ ଦେଖା ହେଲା ?

ଚୋର- ହଁ ସେ ଛାଇ ବାହାରେ ଦେଖାହେଲା । ଯେତେବେଳେ ମନ୍ଦିରକୁ ପଶିଲିm ପାଦ ଶବ୍ଦ ଆଉ ପାଉଁଜି ଶୁଭିଲା

ପୋଲିସ୍ -  ସେ ଛାଇ ତୋତେ ଗୋଡ଼ାଇଲା ?

ଚୋର-  ହଁ...

ଚୋରି କରିବାକୁ ଯାଇ ନିଜର ଅନୁଭୂତି ବଖାଣିଛି ଚୋର। କେତେ ସତ୍ୟାସତ୍ୟ କାହାକୁ ଜଣା ନାହିଁ। କିନ୍ତୁ କିଛି ତ ହୋଇଛି, ନହେଲେ ଚୋରି କରିବାକୁ ଯାଇ ମା’ଙ୍କ ଅଳଙ୍କାର କାହିଁକି ଛୁଇଁ ପାରିଲାନି ଚୋର। ନିଶ୍ଚିତ ଭାବେ ମନ୍ଦିରରେ ମା’ଙ୍କର ଏକ ଅଲୌକିକ ଶକ୍ତି ଅଛି ବୋଲି କହିପାରିବା। 

 Also Read- Child Snatched from Mother's Lap: ମାଆ କୋଳରେ ଶୋଇଥିଲା ୪ ମାସର ଶିଶୁ ପୁତ୍ର, ଆଖି ଖୋଲିଲା ବେଳକୁ ଗାଏବ