ଦିସପୁର, ୩୧/୦୮: ଭୟଙ୍କର ବସ୍ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଜୀବନ ହାରିଲେ ୬ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ଆସାମର ସୋନାପୁରରେ । ରବିବାର ସନ୍ଧ୍ୟାରେ ଏଠାରେ ମିନି ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି । ୨୭ ନମ୍ବର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି ।

ରିପୋର୍ଚ ଅନୁସାରେ, ସୋନାପୁରର କାମରୂପ ମେଟ୍ରୋପଲିଟନ ଜିଲ୍ଲାର ତେତେଲିୟା-ନଲଗେଦେରା ଅଞ୍ଚଳରେ ହୋଇଛି । ସୋନାପୁର ଆଡକୁ ଯାଉଥିବା ଏକ ମିନିବସ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଥିବା ଯାତ୍ରୀଙ୍କ ଚିତ୍କାର ଖୁବ୍ ଦୂରକୁ ଶୁଭିଥିଲା । ଏହାପରେ ଆଖପାଖର ଲୋକେ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଁଚିଥିଲେ ।

Also Read :- ରାଗିଛି ପ୍ରକୃତି ! ନେପାଳ ପରେ ଆମେରିକାରେ ଜଳ ପ୍ରଳୟ ଆରମ୍ଭ, ହଠାତ ମାଡ଼ି ଆସିଲା ବନ୍ୟା

ଦୁର୍ଘଟଣାର ଖବର ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଆମ୍ଭ କରିଛି ।

ସୂଚନାଯୋଗ୍ୟ, ଏନଏଚ-୨୭ରେ ଏହି ଦୁର୍ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଠାରେ ଅନେକ ବଡ ଦୁର୍ଘଟଣା ଘଟିଛି । ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ରାସ୍ତାରେ ଥିବା ଏକ ପୋଲ ହିଁ ଦୁର୍ଘଟଣାର ବଡ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି ।