ନ୍ୟୟର୍କ, ୩୧/୦୮: ନେପାଳ ପରେ ଆମେରିକାରେ ଆସିଲା ବିପର୍ଯ୍ୟୟ । ଆରମ୍ଭ ହୋଇଗଲା ମହାପ୍ରଳୟ । ହଠାତ ସୁସୁ ଗର୍ଜନ କରି ମାଡ଼ି ଆସିଲା ପାଣି । ଫସିଗଲେ ୭୦ରୁ ଅଧିକ ଲୋକେ । ଏପରି ଭୟଙ୍କର ଘଟଣା ସାମ୍ନାକୁ ଆସିଛି ଆମେରିକାର ଆରିଜୋନାରେ ଥିବା ଗ୍ରାଣ୍ଡ୍ କ୍ୟାନୟନ ଜାତୀୟ ଉଦ୍ୟାନରେ । ଏଠାରେ ଫ୍ଲାସ୍ ଫ୍ଲଡ୍ ବା ହଠାତ ବନ୍ୟା ଆତଙ୍କ ଖେଳାଇଛି ।

ରିପୋର୍ଟ ଅନୁସାରେ, ଜାତୀୟ ଉଦ୍ୟାନରେ ବନ୍ୟା ଆତଙ୍କ ଖେଳାଇଛି । ଏଠାରେ ଏକ ଫୁଟ୍ ଓଭରବ୍ରିଜ୍ ଧୋଇଯାଇଛି । ଫଳରେ ଆଞ୍ଜେଲ୍ କ୍ୟାନୟନ ଏବଂ ଫାଣ୍ଟମ୍ ରାଞ୍ଚ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ଯେ, ବାତ୍ୟା ବେଳେ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୭୦ରୁ ଅଧିକ ବ୍ୟକ୍ତି ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା । ଏବେବି ୧୫ ଜଣ ନିଖୋଜ ରହିଛନ୍ତି ।

Also Read :- ଆରମ୍ଭ ହୋଇଗଲା ଭୟଙ୍କର ଯୁଦ୍ଧ : ଆମେରିକା ସେନା ଉପରେ ଇରାନର ବଡ଼ ଆକ୍ରମଣ !

ବନ୍ୟା ଆସିବା ଦ୍ୱାରା ଆଞ୍ଜେଲ୍ କ୍ରିକରେ ଥିବା ବ୍ରିଜ୍ ଧୋଇଯାଇଛି । ଏହା ସାହାଯ୍ୟରେ ଉଦ୍ୟାନ ମଧ୍ୟରେ ପର୍ବତାରୋହୀମାନେ ଚଳପ୍ରଚଳ କରିପାରନ୍ତି । ବନ୍ୟା ପାଣି ଆସିବା ବେଳେ ଏହା ଉପରେ ପର୍ବତାରୋହୀଙ୍କ ଟିମ୍ ଥିଲା । ସେମାନେ ମଧ୍ୟ ସୁଅରେ ଭାସି ଯାଇଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । କୋଲୋରାଡୋ ନଦୀରେ ପାଣି ପ୍ରଖର ଆସିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଳ ମିଡିଆରେ ଭାଇରାଲ ହେଉଛି । ଏବେବି ବିପଦ ଟଳିନାହିଁ । ଆଗକୁ ପୁଣି ବିପଦ ଆସିପାରେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି ।

ବନ୍ୟା ଆସିବା ପରେ ପ୍ରଥମେ ଗ୍ରାଣ୍ଡ୍ କ୍ୟାନୟନ ଏବଂ ବ୍ରାଇଟ୍ ଆଞ୍ଜେଲ କ୍ୟାମ୍ପଗ୍ରାଉଣ୍ଡ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏହାସହ ଜାତୀୟ ଉଦ୍ୟାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ଏହା ମଧ୍ୟରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି ।ସମସ୍ତଙ୍କ ସୁରକ୍ଷାକୁ ପ୍ରଶାସନ ପ୍ରାଥମିକତା ଦେଉଥିବା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।