ୟୁପି (୨/୧୧) : ଉତ୍ତରପ୍ରଦେଶରେ ମୃତ୍ୟୁର ତାଣ୍ଡବ । ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ। ଗୋଟିଏ ପରିବାରର ଖୁସିକୁ ଛାରଖାର କରିଦେଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାଇ, ୟୁପିର କୁଶୀନଗର ଜିଲ୍ଲାରେ ଏକ କାର୍ ଓ ଟ୍ରେଲର ମଧ୍ୟରେ ଜୋରଦାର ଧକ୍କା ହେବାରୁ ଦୁର୍ଘଟଣାସ୍ଥଳରେ ହିଁ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିରେ ୨ ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଏକ ତିଳକ ସମାରୋହରେ ଯୋଗଦେଇ କାର୍ରେ ଘରକୁ ଫେରୁଥିଲେ କିଛି ଯାତ୍ରୀ। ହେଲେ ରାସ୍ତାରେ ଏକ ଟ୍ରେଲର ସହ କାର୍ର ଭୟଙ୍କର ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କର ମାହୋଲ ଖେଳିଯାଇଥିଲା। ଏନେଇ ତୁରନ୍ତ ଖବର ପାଇବା ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

Also Read : ଲାଗୁ ହେଲା ନୂଆ ନିୟମ : ସହରରେ ପୁରୁଣା ଗାଡ଼ି ମନା, ଓ୍ୱାର୍କ୍ ଫ୍ରମ୍ ହୋମ୍ ପାଇଁ ଆସିଲା ନିର୍ଦ୍ଦେଶ 

ଅନ୍ୟପଟେ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଖବର ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ ଏତେ ବଡ଼ ଦୁର୍ଘଟଣା କେମିତି ଘଟିଲା, ଏହାର ପ୍ରକୃତ କାରଣ କ'ଣ, ସେନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। ଗୋଟିଏ ପଟେ ଘରେ ଚାଲିଥିଲା ଖୁସିର ମାହୋଲ , ଅନ୍ୟପଟେ ଏହି ଦୁର୍ଘଟଣା କ୍ଷଣକରେ ଛଡ଼ାଇ ନେଲା ୬ ଜଣଙ୍କ ଜୀବନ। ଗୋଟିଏ ମୁହୂର୍ତ୍ତରେ ଉତ୍ସବର ଖୁସି ଦୁଃଖରେ ପରିଣତ ହୋଇଗଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଖେଳିଯାଇଛି ଶୋକର ଛାୟା।