ନୂଆଦିଲ୍ଲୀ-; ତେଲୁଗୁ ସିନେମାର ଲୋକପ୍ରିୟ ଯୋଡ଼ି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ରଣବାଲି’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି। ଏହି ଐତିହାସିକ ଡ୍ରାମାଟି ନିର୍ଦ୍ଦେଶକ ରାହୁଲ ସାଙ୍କୃତ୍ୟାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ । ଅନନ୍ତପୁର ଓ ରାୟଲସୀମା ଅଞ୍ଚଳର ଇତିହାସ ସହ ଜଡ଼ିତ ଏକ ଅପରିଚିତ ଅଧ୍ୟାୟକୁ ପରଦାରେ ଦେଖାଇବାକୁ ଫିଲ୍ମଟିରେ ଉଦ୍ୟମ କରାଯାଇଛି । ମୈତ୍ରୀ ମୁଭି ମେକର୍ସ ଏହାର ପ୍ରଯୋଜନା ଦାଇତ୍ୱ ସମ୍ଭାଳିଛନ୍ତି । କୁହାଯାଉଛି ବିଜୟଙ୍କ କ୍ୟାରିୟରର ସବୁଠାରୁ ମହଙ୍ଗା ଫିଲ୍ମଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।

ତେବେ କ’ଣ ରହିଛି ଫିଲ୍ମର କାହାଣୀ?ଫିଲ୍ମର କାହାଣୀ ୧୮୭୦ ଦଶକର ଅନନ୍ତପୁର ଅଞ୍ଚଳକୁ ନେଇ ଗତିଶୀଳ ହୋଇଛି। ସେହି ସମୟରେ ଏହି ଅଞ୍ଚଳ ବ୍ରିଟିଶ ଶାସନାଧୀନ ମାଡ୍ରାସ ପ୍ରେସିଡେନ୍ସିର ଅଂଶ ଥିଲା। ଭୟଙ୍କର ମରୁଡ଼ି ଯୋଗୁଁ ଲୋକେ ଖାଦ୍ୟାଭାବରେ ଜୀବନ ହରାଉଥିବା ବେଳେ ବ୍ରିଟିଶ ଅଧିକାରୀ ସାର୍ ଥିଓଡୋର ହେକ୍ଟର (ଆର୍ନୋଲ୍ଡ ଭୋସଲୁ) ଭାରତରୁ ବିପୁଳ ପରିମାଣର ଶସ୍ୟ ଲଣ୍ଡନ ପଠାଇବାକୁ ଯୋଜନା କରନ୍ତି। ଅନ୍ୟପଟେ, ଲୋକଙ୍କ ଉପରେ ଭାରୀ ଟିକସ ଲଦିବା ସହ ରେଳପଥ ନିର୍ମାଣ କାମରେ ସେମାନଙ୍କୁ ବାଧ୍ୟ କରାଯାଏ।

ଏହି ପରିସ୍ଥିତିରେ ସିଙ୍ଗନମାଲା ଗାଁରେ ଜନ୍ମ ନିଅନ୍ତି ଜଣେ ସାହସୀ ଯୋଦ୍ଧା ରଣବାଲି । ସେ ନିଜ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଦେବାକୁ ସବୁବେଳେ ଆଗେଇ ଆସନ୍ତି। ଜୟମ୍ମା (ରଶ୍ମିକା ମନ୍ଦାନା)ଙ୍କୁ ବିବାହ କରିବା ପରେ ବ୍ରିଟିଶ ଶାସକଙ୍କ ଅତ୍ୟାଚାର ବିଷୟରେ ଅଧିକ ଜାଣିବାକୁ ପାଆନ୍ତି। ଲୋକଙ୍କ ଦୁର୍ଦ୍ଦଶା ଓ ଅନ୍ୟାୟ ତାଙ୍କୁ ବ୍ରିଟିଶ ଶାସନ ବିରୋଧରେ ଲଢ଼ିବାକୁ ପ୍ରେରିତ କରେ। ଏହି ସଂଘର୍ଷ ହିଁ ଫିଲ୍ମର ମୁଖ୍ୟ ଆକର୍ଷଣ। ୟଲସୀମା ଓ ଅନନ୍ତପୁର ସହ ଜଡ଼ିତ ଏକ ଅପେକ୍ଷାକୃତ କମ୍ ପରିଚିତ ଐତିହାସିକ ପ୍ରସଙ୍ଗକୁ ଆଗକୁ ଆଣିଛନ୍ତି। ମରୁଡ଼ି, ଖାଦ୍ୟାଭାବ, ଅତ୍ୟଧିକ ଟିକସ ଓ ବ୍ରିଟିଶ ଶାସକଙ୍କ ନିଷ୍ଠୁରତାକୁ ଫିଲ୍ମରେ ଗୁରୁତ୍ୱ ଦିଆଯାଇଛି। ଏହି ଦୃଷ୍ଟିରୁ ନିର୍ଦ୍ଦେଶକଙ୍କ ଉଦ୍ୟମ ପ୍ରଶଂସନୀୟ। ବିଶେଷ କରି ଏହି ସିନେମା ଏକ ଅନାଲୋଚିତ ଐତିହାସିକ ପୃଷ୍ଠଭୁନି ସହିତ ସାଧାରଣ ଲୋକଙ୍କୁ ପରିଚିତ କରାଇବ ।

ନୀରବ ଶାହଙ୍କ ସିନେମାଟୋଗ୍ରାଫି ଫିଲ୍ମର ଏକ ମଜବୁତ ଦିଗ ହୋଇଥିବା ବେଳେ । ୧୮୭୦ ଦଶକର ପରିବେଶକୁ ପରଦାରେ ଜୀବନ୍ତ କରିବାରେ ସେ ସଫଳ ହୋଇଛନ୍ତି। କିଛି ଗୀତ ଭଲ ଲାଗୁଥିବା ବେଳେ ଅଜୟ-ଅତୁଲଙ୍କ ପୃଷ୍ଠଭୂମି ସଙ୍ଗୀତ ଅନେକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ପ୍ରଭାବ ବଢ଼ାଇବାରେ ସଫଳ ହୋଇନାହିଁ। ସଂଳାପଗୁଡ଼ିକ ଭଲ ଲେଖାଯାଇଛି ଏବଂ ଫିଲ୍ମରେ ସମଗ୍ର ଟିମ୍ର ପରିଶ୍ରମ ସ୍ପଷ୍ଟ ଦେଖାଯାଏ।ବିଜୟ ଓ ରଶ୍ମିକାଙ୍କ ଅଭିନୟ କେମିତି?ରଣବାଲି ଭୂମିକାରେ ବିଜୟ ଦେବରକୋଣ୍ଡା ଭଲ ମାନିଛନ୍ତି। ତାଙ୍କ ରାୟଲସୀମା ଉଚ୍ଚାରଣ ଚରିତ୍ରକୁ ବାସ୍ତବ ରୂପ ଦେଇଛି। ତେବେ ଫିଲ୍ମର କିଛି ଅଂଶରେ ତାଙ୍କ ମୁହଁର ଭାବଭଙ୍ଗୀରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳେନାହିଁ।

also read- ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନାନା ପାଟେକରଙ୍କ ପୁଅ

ଏହା ସତ୍ତ୍ୱେ ସେ ନିଜ ଭୂମିକାକୁ ଭଲ ଭାବେ ନିଭାଇଛନ୍ତି। ଜୟମ୍ମା ଭୂମିକାରେ ରଶ୍ମିକା ମନ୍ଦାନାଙ୍କ ପରଦା ସମୟ ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ତାଙ୍କ ଉପସ୍ଥିତି ପ୍ରଭାବଶାଳୀ। ତାଙ୍କ ପ୍ରବେଶ ଫିଲ୍ମରେ ନୂଆ ଉତ୍ସାହ ଆଣିଥାଏ। ବିଜୟଙ୍କ ସହ ତାଙ୍କ ଯୋଡ଼ି ମଧ୍ୟ ଦର୍ଶକଙ୍କୁ ଭଲ ଲାଗିବ।‘ରଣବାଲି’ ଏକ ଭିନ୍ନ ଐତିହାସିକ ପ୍ରସଙ୍ଗକୁ ନେଇ ତିଆରି ହୋଇଥିବା ଫିଲ୍ମ। ରାହୁଲ ସାଙ୍କୃତ୍ୟାନଙ୍କ ଏହି ଉଦ୍ୟମ ପ୍ରଶଂସାଯୋଗ୍ୟ। କିନ୍ତୁ ଧିମା କାହାଣୀ, ଅତ୍ୟଧିକ ହିଂସା ଓ ଆହୁରି ଭଲ ସମ୍ପାଦନର ଅଭାବ ଫିଲ୍ମର ସମ୍ଭାବନାକୁ ସୀମିତ କରିଦେଇଛି। ଅଧିକ ଭାବପ୍ରବଣତା ଓ ଦୃଢ଼ କାହାଣୀ ଗଠନ ଥିଲେ ଫିଲ୍ମଟି ଆହୁରି ପ୍ରଭାବଶାଳୀ ହୋଇପାରିଥାନ୍ତା।