ନିଶିନ: ଏସିଆନ୍ ଗେମ୍ସ ୨୦୨୬ର ସେମିଫାଇନାଲ୍ ମୁକାବିଲାରେ ଭାରତୀୟ କ୍ରିକେଟ୍ ଦଳର ସମ୍ମାନ ରଖିଛନ୍ତି। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଛି। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ବିଜୟ ପାଇଁ ୧୭୦ ରନର ଲକ୍ଷ୍ୟ ରହିଛି। ଦଳର ଆରମ୍ଭ ଅତ୍ୟନ୍ତ ନୈରାଶ୍ୟଜନକ ଥିଲେ ମଧ୍ୟ ଓ୍ଵିକେଟ୍ କିପର ବ୍ୟାଟର ଇଶାନ କିଶନଙ୍କ ସଂଘର୍ଷପୂର୍ଣ୍ଣ ଅପରାଜିତ ୮୦ ରନ ଇନିଂସ ବଳରେ ଭାରତ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚିପାରିଛି।

ନିଶିନର କୋରୋଗୀ ସ୍ପୋର୍ଟସ୍ ପାର୍କରେ ଖେଳା ଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପିଚ୍ କଠିନ ରହିଥିବାରୁ ଭାରତୀୟ ଶୀର୍ଷକ୍ରମର ବ୍ୟାଟର ମଇଦାନରେ ତିଷ୍ଠି ପାରି ନ ଥିଲେ। ଓପନର୍ ଅଭିଷେକ ଶର୍ମା (୦୭), ସଞ୍ଜୁ ସାମସନ (୦୭), ଅକ୍ଷର ପଟେଲ (୦୮), ତିଲକ ବର୍ମା (୦୨), ଶିବମ ଦୁବେ (୦୩) ଏବଂ ଅଧିନାୟକ ଶ୍ରେୟସ ଆୟର (୧୩) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ମାତ୍ର ୫୯ ରନ ମଧ୍ୟରେ ଦଳ ନିଜର ପ୍ରମୁଖ ୩ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା।

Also Read: ରୋହିତଙ୍କ ଶତକ-ଗିଲ୍‌ଙ୍କ ଦ୍ୱିଶତକ: ପ୍ରଥମ ଥର ୪୦୦+ ରନ୍ ଚେଜ୍ କଲା ଭାରତ, ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ କଲା କବଜା

ଏଭଳି କଠିନ ସମୟରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ କିଶନ ଦଳର ଇନିଂସକୁ ସମ୍ଭାଳିଥିଲେ। ଇଶାନ ମାତ୍ର ୪୫ ବଲ୍ରୁ ୪ଟି ଚୌକା ଏବଂ ୫ଟି ଚମତ୍କାର ଛକା ସହାୟତାରେ ଅପରାଜିତ ୮୦ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଯୁବ ଓପନର୍ ବୈଭବ ସୂର୍ଯ୍ୟବଂଶୀ ୨୧ ବଲ୍ରୁ ୬ଟି ଚୌକା ଓ ୨ଟି ଛକା ବଳରେ ୩୮ ରନ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଯଦି ଇଶାନ ଏହିଭଳି ଦୃଢ଼ ବ୍ୟାଟିଂ କରି ନଥା’ନ୍ତେ, ତେବେ ଭାରତ ପାଇଁ ୧୦୦ ରନ୍ ଅତିକ୍ରମ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥାନ୍ତା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ସହାନ ଅରାଚ୍ଚିଗେ ଏବଂ ଥରିନ୍ଦୁ ରତ୍ନାୟକେ ପ୍ରଭାବଶାଳୀ ବୋଲିଂ କରି ସର୍ବାଧିକ ୨ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ।

ଫାଇନାଲରେ ପାକିସ୍ତାନ ଭେଟିବାର ସମ୍ଭାବନା

ଚଳିତ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ୍ ମୁକାବିଲାରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ବର୍ଷା କାରଣରୁ ମ୍ୟାଚ୍କୁ ୧୩ ଓଭରକୁ ହ୍ରାସ କରାଯାଇଥିବା ବେଳେ ପାକିସ୍ତାନ ୬ ଓ୍ବିକେଟ୍ରେ ଜିତି ଫାଇନାଲରେ ପ୍ରବେଶ କରିସାରିଛି। ବର୍ତ୍ତମାନ ଭାରତ ଏହି ମ୍ୟାଚରେ ବିଜୟୀ ହେଲେ, ସ୍ଵର୍ଣ୍ଣ ପଦକ (ଗୋଲ୍ଡ ମେଡାଲ୍) ମୁକାବିଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ।

Also Read: ଗିଲଙ୍କ ନମ୍ବର ଓ୍ଵାନ ଆସନ ପ୍ରତି ବିପଦ ସୃଷ୍ଟି କଲେ ବିରାଟ କୋହଲି, ଟପ୍-୫ରେ କୁଲଦୀପଙ୍କ ଏଣ୍ଟ୍ରି