ମିରଟ: ଉତ୍ତରପ୍ରଦେଶ ମିରଟର ବ୍ରହ୍ମପୁରୀ କ୍ଷେତ୍ରରେ ସୌରଭ ରାଜପୁତଙ୍କୁ ହତ୍ୟା ପରେ ଶବକୁ କାଟି ଟୁକୁରା ଟୁକରା କରି ନିଳ ଡ୍ରମରେ ଠିକଣା ଲଗାଇବା ମାମଲାରେ ବୁଧବାର କୋର୍ଟଙ୍କ ରାୟ ଆସିଛି। ମିରଟ ଜିଲ୍ଲା କୋର୍ଟ ଏହି ମାମଲାର ଦୁଇ ଅଭିଯୁକ୍ତ ସୌରଭଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପୁରୁଷ ବନ୍ଧୁ ସାହିଲ ଶୁକ୍ଳାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ଦଣ୍ଡ ଶୁଣାଣି ଅକ୍ଟୋବର ୧୪ ତାରିଖରେ ହେବ। ବରିଷ୍ଠ ପ୍ରସିକ୍ୟୁସନ ଅଧିକାରୀ (ଡିଜିସି ଫୌଜଦାରୀ) କେ.କେ.ଚୋବେ କହିଛନ୍ତି ଯେ ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ରଙ୍କ କୋର୍ଟ ସୌରଭ ରାଜପୁତ ହତ୍ୟା ମାମଲାରେ ଅଭିଯୁକ୍ତ ତାଙ୍କ ପତ୍ନୀ ଓ ତାଙ୍କ ପ୍ରେମୀ ସାହିଲଙ୍କୁ ହତ୍ୟା, ଷଡ଼ଯନ୍ତ୍ର ଓ ସାକ୍ଷ୍ୟ ପ୍ରମାଣ ହଟାଇବାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୌରଭଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତମାନେ ତାଙ୍କ ଶବକୁ ଟୁକୁରା ଟୁକରା କରି ନିଳ ଡ୍ରମରେ ସିମେଣ୍ଚ ଘୋଳ ଦେଇ ସିଲ କରିଦେଇଥିଲେ। ମାମଲାରେ ଉଭୟ ପକ୍ଷରୁ ତର୍କ ଶେଷ ହେବା ପରେ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ବୋଲି କହିବା ସହ ଦଣ୍ଡ ବିନ୍ଦୁରେ ରାୟ ସଂରକ୍ଷିତ ରଖିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ଏକ ଆଦେଶର ଉଦାହରଣ ଦେଇ କୋର୍ଟ କହିଛନ୍ତି ଯେ ସମାଜରେ ଏହି ପ୍ରକାରର ଜଘନ୍ୟ ଅପରାଧ ଲାଗି ଅପରାଧୀଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର, ଯାହାଦ୍ୱାରା ସମାଜକୁ ଭଲ ବାର୍ତ୍ତାଯିବ।

ଚୂଡ଼ାନ୍ତ ଶୁଣାଣି ନିମନ୍ତେ ମୁସ୍କାନ ଓ ସାହିଲଙ୍କୁ କୋର୍ଟରେ ଭର୍ଚୁଆଲ ହାଜର କରାଯାଇଥିଲା। ଏହି ମାମଲାରେ ପ୍ରସିକ୍ୟୁସନ ପକ୍ଷ ୨୨ ଜଣ ସାକ୍ଷ୍ୟଙ୍କୁ ହାଜର କରିଥିଲେ। ପାଖାପାଖି ୧୩ ମାସ ଓ ୧୨୬ଟି ଶୁଣାଣି ପରେ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଚୌବେ କହିଛନ୍ତି ଯେ ପ୍ରସିକ୍ୟୁସନ ପକ୍ଷ ଦୋଷୀଙ୍କ ଲାଗି କଠୋରରୁ କଠୋର ଦଣ୍ଡ ଦାବି କରିଛି। ଉଲ୍ଲେଖଯୋଗ୍ୟ ଯେ ସୌରଭ ରାଜପୁତ ୨୪ ଫେବୃଆରୀ ୨୦୨୫ରେ ଲଣ୍ଡନରୁ ଫେରିଥିଲା। କିଛି ଦିନ ପରେ ୩ ମାର୍ଚ୍ଚ ରାତିରେ ସୌରଭ କୁ ହତ୍ୟା କରିଦିଆଯାଇଥିଲା।

ପୋଲିସ ଅନୁସାରେ ମୁସ୍କାନ ହତ୍ୟା ପାଇଁ ସ୍ୱାମୀଙ୍କୁ କୌଣସି ପ୍ରକାରର ମାଦକ ପଦାର୍ଥ ଦେଇ ବେହୋସ କରିଥିଲା। ସୌରଭ ବେହୋସ ହେବା ପରେ ସାହିଲ ସହାୟତାରେ ମୁସ୍କାନ ବାରମ୍ବାର ଛୁରୀ ଭୁଷୀ ହତ୍ୟା କରିଥିଲା। ହତ୍ୟା ପରେ ସେମାନେ ଶବକୁ ଟୁକୁରା ଟୁକରା କରି ନିଳ ଡ୍ରମରେ ପୁରାଇ ସିମେଣ୍ଟରେ ସିଲ କରିଦେଇଥିଲେ। ପୋଲିସ ଅନୁସାରେ ଘଟଣା ପରେ ମୁସ୍କାନ ଓ ସାହିଲ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ। ପୋଲିସ ସେମାନଙ୍କୁ ୧୮-୧୯ ମାର୍ଚ୍ଚ ୨୦୨୫ରେ ଗିରଫ କରିଥିଲା।

କୋର୍ଟ ପୁରା ମକଦ୍ଦମାର ଶାନ୍ତିପୂର୍ଣ୍ଣ ଶୁଣାଣି କରିଛନ୍ତି ଓ ଏଥିରେ ଉଭୟ ପକ୍ଷଙ୍କୁ ଶୁଣିଛନ୍ତି। ଏହା ସହିତ ଉଭୟ ପକ୍ଷ ଦ୍ୱାରା ହାଜର କରାଯାଇଥିବା ସାକ୍ଷ୍ୟଙ୍କୁ ମଧ୍ୟ ଜେରା କରାଯାଇଥିଲା। ଏହା ପରେ ଏବେ ଦଣ୍ଡ ବିନ୍ଦୁ ଉପରେ ଶୁଣାଣି ହେବ। ଏପରି ଗୁରୁତର ମାମଲାରେ କୋର୍ଟ ହୁଏତ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡାଦେଶ ଅଥବା ମୃତ୍ୟୁଦଣ୍ଡାଦେଶ କରିପାରନ୍ତି। ତେବେ ମୁସ୍କାନର ଏକ ଛୋଟ ଛୁଆଥିବାରୁ ତାଙ୍କ ଦଣ୍ଡ କୋହଳ ହୋଇ ପାରେ କି ବୋଲି ଏବେ ଚର୍ଚ୍ଚା ହେଉଛି। ତେବେ ଅପାରଧୀଙ୍କୁ କେଉଁ ଦଣ୍ଡ ମିଳିବ ତାହା କୋର୍ଟଙ୍କ ଉପରେ ନିର୍ଭର କରେ ବୋଲି ପ୍ରସିକ୍ୟୁସନ ଓକିଲ କହିଛନ୍ତି ।