ଭୁବନେଶ୍ବର ୩୦।୯: ରାଜଧାନୀରୁ ବିଦା ହେବେ ବଞ୍ଜାରା । ବଞ୍ଜାରାମାନଙ୍କୁ ତଡ଼ିବା ପାଇଁ ତିଆରି ହେଉଛି ମାଷ୍ଟର ପ୍ଲାନ୍ । ପାର୍ବଣ ପୂର୍ବରୁ ବଞ୍ଜାରାଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି ସର୍ବଣା ବିବେକ ଏମ୍ ।

ଆଗକୁ ଆସୁଛି ଦୁର୍ଗାପୂଜା । ସେଥିପାଇଁ ରାଜଧାନୀରେ ଏବେଠୁ ଡେରା ପକାଇଲେଣି ବଞ୍ଜାରା । ବଞ୍ଜାରାମାନେ ମୁଖ୍ୟତଃ ମହିଳାମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଭିକାରୀ ବେଶରେ ବିଭିନ୍ନ ଗଳି କନ୍ଦିରେ ବୁଲି ରେକି କରୁଛନ୍ତି । ଆଉ ସୁଯୋଗ ଦେଖି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଛୁ ମାରୁଛନ୍ତି । କେତେବେଳେ ଗହଳି ସ୍ଥାନରୁ ତ ଆଉ କେତେବେଳେ ମୋ ବସରୁ ପୁଣି କେବେ ମର୍ଣ୍ଣିଂ ୱାକ ବେଳେ ଲୁଟ୍ କରୁଛନ୍ତି । ପାର୍ବଣ ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ବଡ଼ ପ୍ଲାନ କରିଛନ୍ତି ଭୁବନେଶ୍ବର ଡିସିପି । ବଞ୍ଜାରା ମାନଙ୍କ ଉପରେ ନଜର ରଖିବାକୁ ଏସିପି ଏବଂ ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବର ୟୁପିଡିରୁ ଗତ ୩ ବର୍ଷରେ ସୁନା ଚେନ୍ ଲୁଟ୍ ମାମଲା-

୨୦୨୪ ମସିହାରେ ୧୪୩ଟି ସୁନା ଚେନ୍ ମାମଲା ହୋଇଥିବା ବେଳେ ୧୧୭ ଜଣ ଲୁଟେରା ଗିରଫ ହୋଇଥିଲେ । ପୋଲିସ ୬୨ଟି ଚେନ୍ ଜବତ କରିଥିଲା ।

୨୦୨୫ ମସିହାରେ ୧୧୮ଟି ମାମଲା ରୁଜୁ ହୋଇଥିଲା । ପୋଲିସ ୪୪ ଜଣଙ୍କୁ ଗିରଫ କରିଥିବା ବେଳେ ୩୧ ଟି ଚେନ୍ ଜବତ କରିଥିଲା ।

୨୦୨୬ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧୧୫ଟି ସୁନ୍ ଚେନ୍ ଲୁଟ୍ ନେଇ ଅଭିଯୋଗ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୫ଟି ଚେନ୍ ଜବତ ହୋଇଛି । ଜେଲ୍ ଫେରନ୍ତାଙ୍କ ଉପରେ ପ୍ରତି ଥାନା ଅଧିକାରୀ ନଜର ରଖିବା ସହିତ ପେଶାଦାର ଲୁଟେରାଙ୍କୁ ଦୃଢ ହସ୍ତରେ ଦମନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ଡିସିପି ।