ନୂଆଦିଲ୍ଲୀ ୧୧/୧୨: ଅରୁଣାଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଅରୁଣାଚଳ ପ୍ରଦେଶର ଅଞ୍ଜାବ ଜିଲ୍ଲାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ବିପଦପୂର୍ଣ୍ଣ ପାହାଡ଼ି ରାସ୍ତାରୁ ଖସି ହଜାର ଫୁଟ ଗଭୀର ଘାଟିରେ ଖସି ପଡିଥିଲା । ତେବେ ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ବୁଧବାର ଦିନ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା ।

ସୂଚନା ଥାଉକି, ସମସ୍ତ ଶ୍ରମିକ ଆସାମର ତିନସୁକିଆ ଜିଲ୍ଲାର ଗେଲାପୁଖୁରୀ ଚା ବଗିଚା ଅଭିମୁଖେ ଯାଉଥିଲେ । ସେମାନେ ସମସ୍ତେ ଠିକାରେ କାମ କରିବା ପାଇଁ ଅରୁଣାଚଳ ପ୍ରଦେଶର ପ୍ରକଳ୍ପ ସ୍ଥାନକୁ ଯାତ୍ରା କରୁଥିଲେ । ତେବେ ତୀକ୍ଷ୍ଣ ମୋଡ଼,ଉପର ତଳ ରାସ୍ତା, ଥିବାରୁ ଭାରସାମ୍ୟ ହରାଇ ଖସିପଡିଥିଲା ଟ୍ରକ୍ । ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା ।