ନୂଆଦିଲ୍ଲୀ : ସତ ହେବାକୁ ଯାଉଛି ୪୭୧ ବର୍ଷ ପୁରୁଣା ଭବିଷ୍ୟବାଣୀ। AIକୁ ନେଇ ପୂର୍ବରୁ କରାଇଥିଲେ ସତର୍କ। କଥା ତ ମାନିବନି। ନିଜ ମନମାନି କରିବ। ଶେଷ କରିଦେଇପାରେ ମାନବ ଜାତିକୁ... କୃତ୍ରିମ ବୁଦ୍ଧିମତା ବା Artificial Intelligence ଦ୍ରୁତ ଗତିରେ ବିକଶିତ ହେଉଛି। ଏହାକୁ ନେଇ ଉତ୍ସାହ ଯେତିକି ଚିନ୍ତା ବି ସେତିକି। କାରଣ ଭବିଷ୍ୟତରେ AI ଯଦି ନିଜକୁ ନିଜେ ଉନ୍ନତ କରିବାର କ୍ଷମତା ହାସଲ କରେ , ଆଉ ମଣିଷଙ୍କ ନିୟନ୍ତ୍ରଣରୁ ବାହାରିଯାଏ।ତାହେଲେ ପରିଣାମ ହେବ ଭୟଙ୍କର। ଯାହାକୁ ନେଇ ଚର୍ଚ୍ଚା।

ମଣିଷର କାମକୁ ସହଜ କରୁଛି AI। କିନ୍ତୁ ଆଗାମୀ ଦିନରେ ଏହା ମଣିଷ ପାଇଁ ବିପଦ ହୋଇପାରେ କି? ଏହି ପ୍ରଶ୍ନକୁ ନେଇ ବିଶ୍ୱର ପ୍ରଯୁକ୍ତି ମହଲରେ ଜୋରଦାର ଚର୍ଚ୍ଚା। ଏହାରି ଭିତରେ ପ୍ରାୟ ୪୭୧ ବର୍ଷ ପୁରୁଣା ଏକ ଭବିଷ୍ୟବାଣୀ ଆସିଛି ଚର୍ଚ୍ଚାକୁ। 1600 ଶତାବ୍ଦୀର ଜ୍ୟୋତିଷ ମିଶେଲ୍ ଡି ନୋଷ୍ଟ୍ରେଡାମ୍। ଯିଏ ନୋଷ୍ଟ୍ରାଡାମସ୍ ଭାବରେ ମଧ୍ୟ ଜଣାଶୁଣା। ୧୫୫୫ ମସିହାରେ ସେ ତାଙ୍କ ପ୍ରକାଶିତ ପୁସ୍ତକ ଲେସ୍ ପ୍ରୋଫେଟିଜ୍ ରେ କିଛି ଏପରି ଶବ୍ଦ ସବୁ ପଦ ଉଲ୍ଲେଖ କରିଥିଲେ। ଯାହାକୁ କିଛି ବୁଦ୍ଧିଜୀବୀ ଆଜିର AI ସହ ଯୋଡ଼ି ଦେଖୁଛନ୍ତି। ସେଥିରରେ ଲେଖା ଥିଲା ଏକ ବିଶେଷ ଟେକନିକ୍ ଯାହା ପୂରା ଦୁନିଆକୁ କବ୍ଜା କରିବ।

ନୋଷ୍ଟ୍ରାଡାମସଙ୍କ ପୁସ୍ତକର ଏକ ଅଂଶରେ ଚତୁର୍ଥ ଶତାବ୍ଦୀ, କ୍ୱାଟ୍ରେନ୍ 31, ଲେଖାଯାଇଛି। ଯେଉଁଥିରେ " new sage’, ‘lone brain’ ଏବଂ ‘immortal’ ଭଳି ଶବ୍ଦ ଉଲ୍ଲେଖ ରହିଛି। ଏହାର ଅର୍ଥ "ନୂଆ ଜ୍ଞାନୀ" “ଏକାକୀ ମସ୍ତିଷ୍କ” ଅମର । "ନୂଆ ଜ୍ଞାନୀ" ପ୍ରଯୁକ୍ତିବିଦ୍ୟାକୁ ବୁଝାଏ, ଏବଂ "ଏକକ ମସ୍ତିଷ୍କ", "ଅମର" କମ୍ପ୍ୟୁଟର, ଏକ ଅପଲୋଡ୍ ହୋଇଥିବା ମନ କିମ୍ବା ମେସିନ୍ ବୁଦ୍ଧିମତ୍ତାକୁ ବୁଝାଏ। ପରବର୍ତ୍ତୀ ସମୟର କିଛି ବ୍ୟାଖ୍ୟାରେ ଏହି “ଏକାକୀ ମସ୍ତିଷ୍କ”କୁ କମ୍ପ୍ୟୁଟର କିମ୍ବା ମେସିନ୍ ଇଣ୍ଟେଲିଜେନ୍ସ ଏବଂ “ଅମର” ହେବାର ଧାରଣାକୁ ଡିଜିଟାଲ୍ ମାଇଣ୍ଡ ଅପଲୋଡିଂ ସହ ଯୋଡ଼ାଯାଇଛି।

ନିକଟରେ ଗୁଗଲ ଡିପ୍ ମାଇଣ୍ଡରୁ ଇସ୍ତଫା ଦେଇଥିବା ଜଣେ ପୂର୍ବତନ ଗବେଷକ ବିଲାଲ ଚୁଗତାଇ ମଙ୍ଗଳବାର ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ଏଭଳି ଡରାଇବା ଭଳି ଚେତାବନୀ ଦେଇଛନ୍ତି। ବିପଦ ଏଡ଼ାଇବାକୁ ଆମ ହାତରେ ବହୁତ କମ୍ ସମୟ ଥିବା ସେ ଦର୍ଶାଇଛନ୍ତି। ବିଲାଲ ଗୁଗଲ ଡିପମାଇଣ୍ଡରେ ଗୁରୁତ୍ବପୂର୍ଣ ପଦରେ କାର୍ଯ୍ୟ କରୁଥିଲେ । ସେ କହିଛନ୍ତି ଯେ, ଗୁଗଲରେ କାମ କରୁଥିବା ସମୟରେ ସେ ଏଆଇର ବିକାଶକୁ ଅତି ନିକଟରୁ ଦେଖିଛନ୍ତି । ୨୦୨୨ରେ କାମ ଆରମ୍ଭ କରିବା ସମୟରେ ଏହି ସିଷ୍ଟମ ଅତି ମାମୁଲି ଥିଲା । କିନ୍ତୁ ୪ ବର୍ଷ ମଧ୍ୟରେ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି । ବର୍ତ୍ତମାନ ଏହା ଗଣିତର ବହୁ ପୁରୁଣା ଜଟିଳ ସମସ୍ୟାର ସମାଧାନ, ଅନ୍ୟ କମ୍ପାନିର ସିଷ୍ଟମକୁ ହ୍ୟାକ୍ କରିପାରୁଛି। ଏହି ପ୍ରଯୁକ୍ତି ଯେଉଁ ଦିଗରେ ଅଗ୍ରସର ହେଉଛି ତାହା ଭୟଭୀତ କରିବା ଭଳି। ଏଆଇ ନିକଟରେ ସମଗ୍ର ମାନବଜାତିକୁ ଶେଷ କରିବାର କ୍ଷମତା ରହିଛି। ସବୁଠୁ ବିପଜ୍ଜନକ କଥା ହେଲା ଏହି ସ୍ଥିତିକୁ ଏଡ଼ାଇବାକୁ ଆମ ହାତରେ ବହୁତ କମ୍ ସମୟ । ସେ ଆହୁରି କହିଛନ୍ତି ଯେ, ଏବେ ଆମେ ମେସିନଙ୍କୁ ଯେଉଁଭଳି ଆଦେଶ ଦେଉଛୁ ତାହା ସେଭଳି କାମ କରୁଛି। କିନ୍ତୁ କମ୍ପାନିଗୁଡ଼ିକ ଆଗାମୀ କିଛି ବର୍ଷ ମଧ୍ୟରେ ମଣିଷଠାରୁ ଅଧିକ ବୁଦ୍ଧିମାନ ଏଆଇ ବିକଶିତ କରି ପକାଇବେ। ଯେତେବେଳେ ମେସିନ୍ ମଣିଷଠାରୁ ଅଧିକ ବୁଦ୍ଧିମାନ ହୋଇଯିବ ସେତେବେଳେ ତାହା ଆମର ଆଦେଶ ମାନିବା ବନ୍ଦ କରିଦେଇପାରେ । ସେତେବେଳେ ଏଆର ଏଭଳି ଡିଜିଆଲ ଅସ୍ତ୍ର ପାଲଟିବ ଯାହାକୁ ଚଳାଇବା ଲାଗି ମଣିଷର ଆବଶ୍ୟକତା ପଡ଼ିବ ନାହିଁ । କାହା ଉପରେ ଆକ୍ରମଣ କରିବାକୁ ହେବ, କାହାକୁ ମାରିବାକୁ ହେବ ତାହା ଏହି ମେସିନ୍ ନିଜେ ସ୍ଥିର କରିବ। ଏଭଳି କ୍ଷେତ୍ରରେ ଏଆଇକୁ ସୁରକ୍ଷିତ ଭାବେ ବିକଶିତ କରିବା ଜରୁରୀ। ଏହା ସମ୍ଭବପର ମଧ୍ୟ।

ତାଙ୍କ ପୂର୍ବରୁ ଆନ୍ଥ୍ରୋପିଜରୁ ଇସ୍ତଫା ଦେଇଥିବା ଗବେଷକ ଜାକବ୍ କକ୍ସନ୍ ମଧ୍ଯ ସୋସିଆଲ୍ ମିଡିଆରେ ଏଆଇର ବିପଦକୁ ନେଇ ସତର୍କ କରାଇଥିଲେ। ୨୦୩୦ ମଧ୍ୟରେ ଏହି ପ୍ରଯୁକ୍ତିବିଦ୍ୟା ମାନବ ସମାଜ ଲାଗି ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସେ ମତବ୍ୟକ୍ତ କରିଥିଲେ। ଆନ୍ଥ୍ରୋପିଜ ସିଇଓ ତାରିଓ ଆମୋଡୋଇ ବି ଏଆଇର ବିକାଶ ଗତିକୁ ମନ୍ଥର କରିବାକୁ ପରାମର୍ଶ ଦେଇଥିଲେ । ଏହାଦ୍ଵାରା ଏଆଇ ସହ ଜଡ଼ିତ ବିପଦକୁ ବୁଝିବା ଏବଂ ବିପଦର ମୁକାବିଲା ଲାଗି ଆମକୁ ଅଧିକ ସମୟ ମିଳିବ ବୋଲି ସେ କହିଥିଲେ। ଓପନ୍ ଆଇର ସିଇଓ ସାମ୍ ଅଲ୍ଟମ୍ୟାନ, ଏକ୍ସଏଆଇର ଏଲନ୍ ମସ୍କ ମଧ୍ୟ ଆମୋଡୋଇଙ୍କ ପ୍ରସ୍ତାବ ସହ ସହମତ ହୋଇଥିଲେ।

Also Read- ୯/୧୧ ଆକ୍ରମଣର ୨୫ ବର୍ଷ: ଗୋଟିଏ ଫୋନ୍ କଲ୍ କିପରି ବଦଳାଇଦେଲା Flight 93ର କାହାଣୀ?

AI ଯେ, ବର୍ତ୍ତମାନ ମଣିଷକୁ ନଷ୍ଟ କରିବାକୁ ଚାହୁଁଛି।ଏମିତି କୌଣସି ପ୍ରମାଣ ନାହିଁ। ଚିନ୍ତାର ବିଷୟ ହେଉଛି, ଭବିଷ୍ୟତରେ ଅଧିକ ସ୍ୱୟଂଚାଳିତ ଏବଂ ଶକ୍ତିଶାଳୀ AI systems ଯଦି ଭୁଲ ବାଟ ଅନୁସରଣ କରେ। ତାହେଲେ ମଣିଷ କେତେ ଦୂର ପର୍ଯ୍ୟନ୍ତ ତାକୁ ନିୟନ୍ତ୍ରଣ କରିପାରିବ। ଯାହା ଏବେ ବଡ଼ ପ୍ରଶ୍ନ। AI କୁ ନେଇ ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀରେ ଜରୁରୀ କଥା ହେଉଛି ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ନୋଷ୍ଟ୍ରାଡାମସଙ୍କ ଲେଖା ଅନେକ ସମୟରେ ଅସ୍ପଷ୍ଟ ଓ ବହୁ ଅର୍ଥବୋଧକ। ଯାହା କେବେ ସତ ହୋଇଛି ତ କେବେ ଭୁଲ୍ ସାବ୍ୟସ୍ତ ହୋଇଛି।