ନୂଆଦିଲ୍ଲୀ: ଲୋକପ୍ରିୟ YouTuber ଅରମାନ ମାଲିକ ପଞ୍ଚମ ସନ୍ତାନର ପିତା ହୋଇଛନ୍ତି। ତାଙ୍କ ପ୍ରଥମ ପତ୍ନୀ ପାୟଲ ମଲିକ ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାର ଫଟୋ ଅରମାନ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ପାୟଲଙ୍କ ଗର୍ଭଧାରଣର ଖବର ପ୍ରକାଶ ପାଇବା ପରଠାରୁ, ଏହି ଦମ୍ପତି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ । ଅରମାନ ଏବଂ ପାୟଲ ଏହି ଖୁସି ଖବର ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି । ଫ୍ୟାନ୍ସ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଚତୁର୍ଥ ସନ୍ତାନର ମା’ ହେଲେ ପାୟଲ

ଅରମାନ ପାୟଲଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ପାୟଲ ହସ୍ପିଟାଲ ବେଡରେ ଶୋଇଥିବା ବେଳେ ଅରମାନ ସେମାନଙ୍କ ଶିଶୁକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି । ତଥାପି, ଶିଶୁର ମୁହଁ ଏବଂ ଲିଙ୍ଗ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଅରମାନ ଏବଂ ପାୟଲ । ଫଟୋ ସହିତ ଅରମାନ ଲେଖିଛନ୍ତି, ‘ମା ଏବଂ ଶିଶୁ, ସବୁ ଠିକ୍ ଅଛନ୍ତି ।’ ଏହା ପରେ ସେମାନଙ୍କ ପାଖକୁ ପ୍ରଶଂସକଙ୍କ ଅଭିନନ୍ଦନର ସୁଅ ଛୁଟିଛି। ଜଣେ ୟୁଜର ଲେଖିଛନ୍ତି, ‘ନବରାତ୍ରି ଚାଲିଛି ଏବଂ ଦେବୀ ମାତା ପ୍ରକଟ ହୋଇଛନ୍ତି।’ କେହି କେହି ପାୟଲ ପୁତ୍ର ଜନ୍ମ ଦେଇଥିବା ଦାବି କରିଛନ୍ତି ।

Also Read: Good News : ଅଭିନେତା ରଣଦୀପ୍ ହୁଡ୍ଡା ଦେଲେ ଖୁସି ଖବର, ଖାସ୍ ଦିନରେ ଘରକୁ ଆସିଲା କୁନି ଅତିଥି...

ଅନ୍ୟ ଏକ ଭିଡିଓରେ, ଅରମାନଙ୍କ ଦ୍ବିତୀୟ ପତ୍ନୀ କୃତିକା ହସ୍ପିଟାଲ ଯାଇଥିବା ଦେଖିବାକୁ ମିଳିଛି । ସେ ପାୟଲଙ୍କୁ ସହାୟତା କରିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ପୂରା ପରିବାର ପଞ୍ଚମ ସନ୍ତାନକୁ ଉତ୍ସାହର ସହିତ ସ୍ବାଗତ କରିଛନ୍ତି ।

 

୫ଟି ସନ୍ତାନର ବାପା ହେଲେ ଅରମାନ

ଅରମାନ ମଲିକ ଜଣେ YouTuber ଏବଂ ‘Bigg Boss OTT ସିଜନ୍ ୩’ ରେ ଜଣେ ପ୍ରତିଯୋଗୀ ଥିଲେ। ସେ ଶୋ'ରେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ତାଙ୍କର ଲୋକପ୍ରିୟତା ଖୁବ ବୃଦ୍ଧି ପାଇଥିଲା। ସେ ପାୟଲ ମଲିକ ଏବଂ କୃତିକା ମଲିକଙ୍କୁ ବିବାହ କରିଛନ୍ତି । ପାୟଲ ବର୍ତ୍ତମାନ ୪ଟି ସନ୍ତାନର ମାଆ ଏବଂ କୃତିକା ଗୋଟିଏ ସନ୍ତାନର ମାଆ।