ନୂଆଦିଲ୍ଲୀ: ଭିନୁ ମଙ୍କଡ ଟ୍ରଫି ୨୦୨୬ର ଚତୁର୍ଥ ମ୍ୟାଚରେ କର୍ଣ୍ଣାଟକର ୧୯ ବର୍ଷରୁ କମ୍ ଦଳ ଗୁଜରାଟ ବିପକ୍ଷରେ ୩୫୨ ରନର ବିଜୟ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଛି । ବର୍ଷା ପ୍ରଭାବିତ ଏହି ମ୍ୟାଚରେ ୩୫୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମଧ୍ୟ ଗୁଜରାଟ ପରାସ୍ତ ହୋଇଥିଲା । ୫୦ ଓଭରରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା । ରାହୁଲ ଦ୍ରାବିଡଙ୍କ ପୁଅ ଏବଂ କର୍ଣ୍ଣାଟକ ଅଧିନାୟକ ଅନଭୟ ଦ୍ରାବିଡ ରନ୍ ଚେଜରେ ୧୦୦ ବଲରୁ ୧୫୧ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ।

ଏହି ମ୍ୟାଚ୍ରେ ୱିକେଟ୍କିପର-ବ୍ୟାଟର ଅନଭୟ ଦ୍ରାବିଡ ୧୦୦ ବଲ୍ରେ ୧୫୧ ରନ୍ କରିଥିଲେ, ଯେଉଁଥିରେ ୨୦ ଚୌକା ଏବଂ ୩ ଛକା ସାମିଲ ଥିଲା । କର୍ଣ୍ଣାଟକର ପୂର୍ବ ମ୍ୟାଚ୍ ରଦ୍ଦ ହୋଇଥିଲା ଏବଂ ଅନଭୟ ବ୍ୟାଟିଂ କରି ନଥିଲେ । ପୂର୍ବ ମ୍ୟାଚ୍ରେ ସେ ୮୫ ରନ୍ କରିଥିଲେ । ଏବେ ଜୁନିଅର ଦ୍ରାବିଡ ଏକ ଚମତ୍କାର ଇନିଂସ ଖେଳି ତାଙ୍କ ଦଳକୁ ରନ୍ ଚେଜ୍ରେ ଏକ ବଡ଼ ବିଜୟ ହାସଲ କରାଇଥିଲେ ।

ଅନଭୟ-ଧ୍ରୁବଙ୍କ ଶତକୀୟ ଇନିଂସ

ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୫୦ ଓଭରରେ ୪ ୱିକେଟ୍ ହରାଇ ୩୫୭ ରନ୍ କରିଥିଲା । ସମୀର ଭଣ୍ଡାରୀ ଅପରାଜିତ ୧୧୯ ରନ୍, ଯଶ ପଞ୍ଜୱାନି ୫୭ ବଲରୁ ୧୦୬ ରନ୍ କରିଥିଲେ । ଜବାବରେ କର୍ଣ୍ଣାଟକକୁ ଡିଏଲ୍‌ଏସ୍ ସିଷ୍ଟମ୍ ମାଧ୍ୟମରେ ୩୫୨ ରନର ଟାର୍ଗେଟ ଦିଆଯାଇଥିଲା । ଅଧିନାୟକ ଅନଭୟ ଦ୍ରାବିଡ୍ ୧୦୦ ବଲରୁ ୧୫୧ ରନ୍, ଧ୍ରୁବ କୃଷ୍ଣନ୍ ୧୦୦ ବଲରୁ ୧୩୦ ରନ୍ କରି ବିଜୟର ମୂଳଦୁଆ ପକାଇଥିଲେ । ଶେଷରେ ପି.ତେଜସ୍‌ ରେଡ୍ଡୀ ୯ ବଲରୁ ଅପରାଜିତ ୨୧ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ କର୍ଣ୍ଣାଟକର ଦ୍ୱିତୀୟ ବିଜୟ । ଏଲିଟ୍ ଗ୍ରୁପ୍ ଇ’ରେ କର୍ଣ୍ଣାଟକ ଏକ ନମ୍ବରରେ ପହଞ୍ଚିଛି ।