କଟକ ୧୬।୫: ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା । ଭିଡ଼ ହିଂସାରେ ଅଭିଯୁକ୍ତ ଜଣଙ୍କ ସାମିଲ ଥିଲେ । ବର୍ତ୍ତମାନ ମୋଟ୍ ଗିରଫଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିପାରେ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ଭାବେ ସୂଚନା ମିଳିନାହିଁ । ଗତ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ ।

ଏହି ଘଟଣାରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି । ତାଙ୍କୁ ଗିରଫ କରିବା ପାଇଁ ସବୁ ଉଦ୍ୟମ ଜାରି ରହିଛି । ପୂର୍ବରୁ ଥାନା ଓ କ୍ରାଇମସ୍ପଟ୍କୁ ଯାଇ ଅଧିକ ତନାଘନା କରିଥିଲା କ୍ରାଇମବ୍ରାଞ୍ଚ । ଏକାଧିକ ଲୋକଙ୍କ ବୟାନ ରେକର୍ଡ, ସାଇଣ୍ଟିଫିକ୍ ଏଭିଡେନ୍ସ ଜରିଆରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ଏଥିରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡିଲେ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଆଉ ୧୨ ଜଣଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚକୁ କିଛି ତଥ୍ୟ ପ୍ରମାଣ ମିଳିଛି ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି କହିଛନ୍ତି।

Also Read:- ନିର୍ବନ୍ଧ ପରଦିନ ପ୍ରେମିକାଙ୍କୁ ହତ୍ୟା : ଫେରାର ପ୍ରେମିକ ପରେ ବିହାରରୁ ସୁପାରୀ କିଲର ଗିରଫ

ସୌମ୍ୟ ରଞ୍ଜନ ହତ୍ୟା ମାମଲାରେଖିଅ ଖୋଲିବାକୁ ଖୋଳତାଡ଼ ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ଘଟଣା ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କୁ ଜେରା ଚଳାଇଛି । ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏସବୁ ଭିତରେ ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଘଟଣା ଦିନ ସୌମ୍ୟ କୁଆଡ଼େ ଯାଉଥିଲେ? ଘରୁ କେତେବେଳେ ବାହାରିଥିଲେ ? ଘରୁ ଯିବା ବେଳେ ତାଙ୍କର ମାନସିକ ଅବସ୍ଥା କିଭଳି ଥିଲା ? ସୌମ୍ୟଙ୍କ ସାଙ୍ଗରେ ଆଉ କିଏ ଯାଇଥିଲେ ? ଘଟଣା ସମ୍ପର୍କରେ ପରିବାର ଲୋକେ କେମିତି ଜାଣିଲେ ? ସୌମ୍ୟଙ୍କ ପରିବାର ଲୋକଙ୍କ ପକ୍ଷରୁ ଏମିତି ଅନେକ ପ୍ରଶ୍ନ ଉତ୍ତର ଜାଣିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ ।

ଏସବୁ ଭିତରେ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି DGP । ରେସପନ୍ସ, ରେସକ୍ୟୁ ଏବଂ ରିଆକ୍ସନ ଉପରେ ଗୁରୁତ୍ବ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । ବାଲିଅନ୍ତାରେ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ବାନ୍ଧି ସାରିଛି ପୋଲିସ ।