ଭୁବନେଶ୍ୱର,୧୫/୦୮: କାୟା ମେଲାଇଲାଣି କରୋନା ଭାଇରସ । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କିଛି କରୋନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେରାଜଧାନୀଭୁବନେଶ୍ୱରରେ ଜଣେ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଛନକା ପଶିଛି।

ରିପୋର୍ଟ ଅନୁସାରେ, ବରମୁଣ୍ଡା ଖଣ୍ଡଗିରି ଅଞ୍ଚଳର ୫୦ ବର୍ଷିୟ ବ୍ୟକ୍ତି କୋଭିଡ୍ରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ରୋଗୀ ଜଣକ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କର ଦେହ ଅସୁସ୍ଥ ହେବାରୁ କୋଭିଡ୍ ପରୀକ୍ଷା ପରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ସେ ବର୍ତ୍ତମାନ ପାଣ୍ଡେରା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗଞ୍ଜାମରେ ଚିହ୍ନଟ ହୋଇଥିଲେ ପଜିଟିଭ୍

ଗସ ମାସେ ତଳେ ପଡୋଶୀ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ବାହାରିଥିଲେ । ଏଥିପାଇଁ ସୀମାନ୍ତରେ ଲୋକେ ଭୟଭୀତ ରହିଥିଲେ । ଆନ୍ଧ୍ର ପ୍ରଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଶାରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବିଶେଷ କରି ସୀମାନ୍ତବର୍ତ୍ତୀ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ଲୋକେ ଭୟଭୀତ ହୋଇ ପଡିଥିଲେ । ପଡ଼ୋଶୀ ଆନ୍ଧ୍ରରୁ ଦୈନନ୍ଦିନ ଓଡ଼ିଶାର ବ୍ରହ୍ମପୁରକୁ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି ଆନ୍ଧ୍ର ଲୋକେ । ଗଞ୍ଜାମରୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ପଡ଼ୋଶୀ ଆନ୍ଧ୍ରକୁ ଯାଆନ୍ତି । ଏଥିପାଇଁ ସଂକ୍ରମଣ ବଢ଼ିବା ଆଶଙ୍କା ରଖି ଜିଲ୍ଲାବାସୀ ଭୟଭୀତ ଥିଲେ ।

Also Read :- ଏବେ କମିବ କିନ୍ତୁ ୧୯ରୁ ପୁଣି ପ୍ରବଳ ବର୍ଷିବ...ଆଉ ଏକ ଲଘୁଚାପ ଆଣିବ ବଡ଼ ବନ୍ୟା

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଗଞ୍ଜାମ ଜିଲ୍ଲାରେ କିଛି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ଏହାସହ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଖାଲି ଏତିକି ନୁହେଁ ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରିକୁ ଯାଞ୍ଚ୍ କରି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।