ପୁରୀ ୩୦।୩: ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଲାଗି ରହିଛି । ଏଇ କିଛି ଦିନ ହେବ  ଲଗାତାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଛି ।ନୀଳଚକ୍ର ଉପରେ ଚିଲ ବସିଲେ ଏହା ଅଶୁଭ ବୋଲି ମଧ୍ୟ ଅନେକ ସେବାୟତ ମତ ରଖିଛନ୍ତି ।

ଚିଲ ବସିବା ଶୁଭ ନା ଅଶୁଭ ?

ଶ୍ରୀମନ୍ଦିର ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି । ଏମିତିକି କିଛି ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହୁଛନ୍ତି । କୁହାଯାଏ ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ । ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହ ଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ମଧ୍ୟ ମତପ୍ରକାଶ ପାଉଛି । ଅନ୍ୟପଟେ ଏହା ଏକ ସାଧାରଣ କଥା ବୋଲି କିଛି ସେବାୟତ ମତ ରଖୁଛନ୍ତି ।

Also Read:- ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ପର୍ଯ୍ୟଟକ ମୃତ

ତେବେ ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ଚତୁଃପାର୍ଶ୍ଵରେ ଶହ ଶହ ଚିଲ ଉଡିବା, ନୀଳଚକ୍ର ଉପରେ ବାରମ୍ବାର ଚିଲ ବସିବା, ମାନସିକ ବାନା ଛିଣ୍ଡିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବୁଧବାର ପୁନର୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଆଗକୁ କିଛି ବଡ଼ ବିପର୍ଯ୍ୟୟ ଘଟିବାକୁ ଯାଉଛି କି ? ସେଥିପାଇଁ ବୋଧହୁଏ ମହାପ୍ରଭୁ ବାରମ୍ବାର ଏଭଳି ସଙ୍କେତ ଦେଉଛନ୍ତି ।

Watch Video:​​​​​​​​​​​​​​