ନୂଆଦିଲ୍ଲୀ, ୦୩/୦୬ : ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ସୁଧାର ଆସିଥିବା ବେଳେ ଏବେ ପୁଣି ନୂଆ ଗୋଟି ଚାଳନା ଆରମ୍ଭ କରିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟିକ ବୁଝାବଣା ମଧ୍ୟରେ ସୁଏସ୍ ଟ୍ରେଡ୍ ରିପ୍ରେଜେଣ୍ଟେଟିଭ୍ ବା ୟୁଏସଟିଆର ଭାରତକୁ ତ୍ରୁଟିପୂର୍ଣ୍ଣ ବ୍ୟବସାୟ କରୁଥିବା ଦେଶ ତାଲିକାରେ ସାମିଲ କରିଛି । ଫଳରେ ଏହି ତାଲିକାରେ ଥିବା ଦେଶରୁ ଆମଦାନୀ ଉପରେ ୧୦ରୁ ୧୨.୫ ପ୍ରତିଶତ ଯାଏଁ ଅତିରିକ୍ତ ଟାରିଫ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।

ଭାରତ ଉପରେ ପ୍ରଭାବ

ୟୁଏସଟିଆର ସେକ୍ସନ ୩୦୧ ଆଧାରରେ ତାଲିକା ପ୍ରକାଶ କରିଛି । ଭାରତକୁ ଅନ୍ୟ ୫୪ ଅର୍ଥବ୍ୟବସ୍ଥା ବିଶିଷ୍ଟ ତାଲିକାରେ ସାମିଲ କରାଯାଇଛି । ଏହି ସବୁ ଦେଶ ନିର୍ଧାରିତ ପରିମାଣଠାରୁ ଅଧିକ ଆମଦାନୀ କରିଥାନ୍ତି । ଯାହାର ସଠିକ କାରଣ ସେମାନେ ଦର୍ଶାଇ ପାରନ୍ତି ନାହିଁ । ଏପରିକି ଅଧିକ ମାତ୍ରାରେ ଆମଦାନୀ କରିବା ପାଇଁ ବଳପୂର୍ବକ ଶ୍ରମ ଶକ୍ତିକୁ ବ୍ୟବହାର କରାଯାଏ । ୟାହାକୁ ରୋକିବା ପାଇଁ ଦେଶଗୁଡିକ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିନାହାଁନ୍ତି ।

ବୟନ ଶିଳ୍ପ ପାଇଁ ଭିନ୍ନ ଉପାୟ

ୟୁଏସଟିଆର ଟେକ୍ସଟାଇଲ୍ ଏବଂ ପୋଷାକ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା ବାବଦରେ ପରାମର୍ଶ ଦେଇଛି । ଫଳରେ କିଛି ବଛାବଛା ଦେଶ ଉପରେ ସେକ୍ସନ-୩୦୧ ଆଧାରରେ ଆମଦାନୀ ହେଉଥିବା ବସ୍ତୁ ଉପରେ ଟାରିଫ୍ ଲାଗିବ ।

ଆମେରିକୀୟ ଅଧିକାରୀ ଜେମିସନ୍ ଗ୍ରୀର୍ କହିଛନ୍ତି ଯେ, ଅନେକ ଦେଶ ଆମେରିକା ସହ ବାଣିଜ୍ୟ କାରବାର ନେଇ ରହିଥିବା ସର୍ତ୍ତର ଉଲ୍ଲଙ୍ଘନ କରୁଛନ୍ତି । ଶ୍ରମିକଙ୍କୁ ଜବରଦସ୍ତି ଓ ବଳ ପ୍ରୟୋଗ କରି ପ୍ରସ୍ତୁତ ହେଉଥିବା ବସ୍ତୁକୁ ରୋକିବାରେ ବିଫଳ ହୋଇଛନ୍ତି । ଯାହାକୁ ଗ୍ରହଣ କରାଯାଇପାରିବ ନାହିଁ ।

Also Read :- ଜାପାନରେ ବେଆଇନ ମସଜିଦ ତିଆରି କଲା ପାକିସ୍ତାନ ! ଭାଙ୍ଗିବାକୁ ପ୍ରସ୍ତୁତ ହେଲାଣି ସ୍ଥାନୀୟ ପ୍ରଶାସନ

ଭାରତ ସମେତ ଏହି ସବୁ ଦେଶ

ତାଲିକାରେ ଭାରେତ ସମେତ ଆଲଜେରିଆ, ଅଙ୍ଗୋଲା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବାହମସ, ବାଂଲାଦେଶ, ବ୍ରାଜିଲ, କମ୍ବୋଡିଆ, ମିଶର, ଗୁଏନା, ଚୀନ୍, ହଂକଂ, ଜାପାନ, ଜୋର୍ଡାନ, କୁଏତ, ଓମାନ ଓ ପେରୁ ଭଳି ଅନେକ ଦେଶ ରହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନାଇଜେରିଆ, ତାଇଓ୍ୱାନ, ଥାଇଲାଣ୍ଡ ଭଳି ପ୍ରମୁଖ ଦେଶ ମଧ୍ୟ ୟୁଏସଟିଆରର ସ୍କାନରରେ ରହିଛି ।

ସେକ୍ସନ-୩୦୧ କ'ଣ ?

ସେକ୍ସନ ୩୦୧ ୟୁଏସ ଟ୍ରେଡ୍ ଆକ୍ଟ୍ ୧୯୭୪ର ଏକ ପ୍ରାବଧାନ ଅଟେ । ଏହା ୟୁଏସଟିଆରକୁ ଅନ୍ୟ ଦେଶର ବାଣିଜ୍ୟ ବ୍ୟବସ୍ଥାର ଯାଞ୍ଚ କରିବାକୁ ଅଧିକାର ପ୍ରଦାନ କରିଥାଏ । ଅନ୍ୟ ଦେଶର ଆମେରିକା ସହ ବ୍ୟବସାୟ ୟୁଏସର ନିଜସ୍ୱ ବାଣିଜ୍ୟ କରାବାର ଉପରେ କିଭଳି ପ୍ରଭାବ ପକାଉଛି ଏହା ଦର୍ଶାଇଥାଏ । ଯଦି ଯାଞ୍ଚରେ ଅନ୍ୟ ଦେଶର କୌଣସି ପଦକ୍ଷେପ ଆମେରିକାର ହିତ ପ୍ରତି ବିପଦ ସୃଷ୍ଟି କରେ ତେବେ ୟୁଏସ ପ୍ରଶାସନ ସେହି ଦେଶ ବିରୋଧରେ କୌଣସି ପଦକ୍ଷେପ ବାବଦରେ ବିଚାର କରିପାରିବ । କୌଣସି ଚଞ୍ଚକତା କିମ୍ବା ଆମେରିକାର ହିତ ଉପରେ ଆଞ୍ଚ ଆସିଲେ ଉଚ୍ଚା ଟାରିଫ୍ ଲଗାଇବା ସହ ଅନ୍ୟ କଟକଣା ଲଗାଇବା ଭଳି ପଦକ୍ଷେପ ୟୁଏସଟିଆର ଗ୍ରହଣ କରିଥାଏ ।