ଶ୍ରୀନଗର,|୦୭:ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଭଗବତୀ ନଗର ବେସ୍ କ୍ୟାମ୍ପରୁ ଯାତ୍ରୀମାନେ ଧାର୍ମିକ ଯାତ୍ରା ଆରମ୍ଭ କରିଛନ୍ତି । ବମ୍ ବମ୍ ଭୋଲେ, ହର ହର ମହାଦେବ କହି ସେମାନେ କାଶ୍ମୀର ଘାଟି ଦିଗରେ ଗସ୍ତ ଆରମ୍ଭ କରିଛନ୍ତି ।

ଗୁରୁବାର ମୋଟ୍ ୪୮୨୨ ଜଣ ଶ୍ରଦ୍ଧାଳୁ ୨୫୯ଟି ବାହାନରେ ଅମରନାଥ ଗୁମ୍ଫା ଅଭିମୁଖେ ବାହାରିଛନ୍ତି । ଏମାନେ ପହଲଗାମ୍ ଏବଂ ବାଲଟାଲ୍ ରାସ୍ତା ଦେଇ ଯାତ୍ରା କରିବେ । ମନୋଜ ସିହ୍ନା ଅମରନାଥ ଜି ଶ୍ରାଇନ୍ ବୋର୍ଡର ସଭାପତି ମଧ୍ୟ ରହିଛନ୍ତି । ସେ ସକାଳେ ଭଗବତୀନଗର ବେସ୍ କ୍ୟାମ୍ପରେ ପହଁଚିଥିଲେ । ଏଠାରେ ଯାତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ କାମନା କରିଥିଲେ । ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଶାସନ ତରଫରୁ ହୋଇଥିବା ବ୍ୟବସ୍ଥାରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଥିଲେ । ଏହାସହ ସେମାନଙ୍କ ମନରେ ଥିବା ଉତ୍ସାହ ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା ।

Also Read :- ଷ୍ଟାଡିୟମରେ ଜଲଓ୍ୱା ଦେଖାଇବେ କୋହଲିଙ୍କ ପୁତୁରା ଏବଂ ସେହ୍ୱାଗଙ୍କ ପୁଅ : କିଣିଲା ଦିଲ୍ଲୀର ଏହି ଟିମ୍

ଚଳିତ ଥର ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଉଭୟ ପହଲଗାମ୍ ଏବଂ ବାଲଟାଲ ରାସ୍ତାରେ ସଶସ୍ତ୍ର ଯବାନ ମୁତୟନ ହୋଇଛନ୍ତି । ୬୭୦ କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି ।

ସୂଚନଯୋଗ୍ୟ, ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଉପରାଜ୍ୟପାଳ ଭଗବତୀ ନଗରସ୍ଥିତ ବିଶ୍ରାମଗାର ଗସ୍ତ କରିଥିଲେ । ସେଠାରେ ଯାତ୍ରାର ସମସ୍ତ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଥିଲେ । ଶ୍ରଦ୍ଧାଳୁଙ୍କ ଖାଦ୍ୟ ପେୟ, ସୁରକ୍ଷା ବାବଦରେ ବୁଝିଥିଲେ । ଯେପରି କୌଣସି ଅସୁବିଧା ନହେବ ସେନେଇ ସତର୍କ ରହିବାକୁ ମଧ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।