ନୂଆଦିଲ୍ଲୀ,|୦୭:ଦିଲ୍ଲୀ ପ୍ରିମିୟର ଲିଗ୍ ନିଲାମିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏଥିରେ ଅନେକ ପ୍ରତିଭାବାନ୍ ଖେଳାଳି ସାମିଲ ହୋଇଛନ୍ତି । ଯେଉଁମାନଙ୍କ ସରନେମ୍ ବା ଉପନାମକୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି କିଛି ଯୁବ ଖେଳାଳିଙ୍କୁ କିଣିବା ପାଇଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ନୂଆଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ବୁଧବାର ହୋଇଥିବା ନିଲାମି ଦିଲ୍ଲୀ ପ୍ରିମିୟର ଲିଗର ତୃତୀୟ ସଂସ୍କରଣ ପାଇଁ ଅକ୍ସନ ଅଟେ । ଏହା କେବେଠୁ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଚର୍ଚ୍ଚାରେ ଏହି କ୍ରିକେଟର

ନିଲାମିରେ ସବାଶେଷରେ ବେଦାନ୍ତ ସେହ୍ୱାଗ ବିକ୍ରି ହୋଇଥିଲେ । ତାଙ୍କୁ ସେଣ୍ଚ୍ରାଲ୍ ଦିଲ୍ଲୀ ୧ ଲକ୍ଷ ଚଙ୍କାରେ କିଣିଛି । ସେ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହ୍ୱାଗଙ୍କ କନିଷ୍ଠ ପୁତ୍ର । ଏବେ ସେ ୧୬ ବର୍ଷରେ ପାଦ ଦେଇଛନ୍ତି । ତାଙ୍କ ନିକଟରେ ବହୁତ ସମୟ ରହିଛି । ହେଲେ ଅନେକ ଜିଲ୍ଲା ଏବଂ ସ୍କୁଲ ସ୍ତରୀୟ ମ୍ୟାଚରେ ସେ ଦିନକୁ ଦିନ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।

ଗତବର୍ଷ ଓ୍ୱେଷ୍ଟ୍ ଦିଲ୍ଲୀ ଲାୟନ୍ସ ତାଙ୍କୁ ଦଳରେ ନେଇଥିଲା । ଚଳିତ ଥର ସେ ପୁଣି ନିଲାମିରେ ସାମିଲ ହୋଇଥିଲେ । ତେବେ ବାପାଙ୍କ ଭଳି ସେ ବିସ୍ପୋରକ ବ୍ୟାଟର ନୁହଁନ୍ତି । ସେ ଜଣେ ଅଫ୍ ସ୍ପିନର୍ । ଏହାସହ ଦକ୍ଷିଣହାତୀ ବ୍ୟାଟର । ଅର୍ଥାତ ବେଦାନ୍ତ ଜଣେ ଅଲରାଉଣ୍ଡର ଅଟନ୍ତି । ବ୍ୟାଟିଂ ଅପେକ୍ଷା ସେ ବୋଲିଂରେ ଅଧିକ ପ୍ରଭାବି ପ୍ରଦର୍ଶନ କରିଛନ୍ତି । ବିଜୟ ମର୍ଚାଣ୍ଟ୍ ଟ୍ରଫିରେ ସେ ପଞ୍ଜାବ ବିପକ୍ଷରେ ୨୦୨୪ରେ ୪ଟି ଓ୍ୱିକେଟ୍ ନେଇଥିଲେ । ସେହିପରି ବଡ ଭାଇ ଆର୍ଯ୍ୟବୀର ସେହ୍ୱାଗଙ୍କୁ ଓ୍ୱେଷ୍ଟ୍ ଦିଲ୍ଲୀ ଲାୟନ୍ସ ୩ ଲକ୍ଷ ଟଙ୍କାରେ କ୍ରୟ କରିଛି ।

ଅନ୍ୟ ଦିଗରେ ଅକ୍ସନରେ ଚର୍ଚ୍ଚାରେ ଥିଲେ ଆର୍ଯ୍ୟବୀର କୋହଲି । ତାଙ୍କୁ ସେଣ୍ଟ୍ରାଲ୍ ଦିଲ୍ଲୀ କ୍ରୟ କରିଛି । ଗତ ସିଜିନରେ ସେ ସାଉଦ୍ ଦିଲ୍ଲୀ ସୁପରଷ୍ଟାର୍ ପକ୍ଷରୁ ଖେଳୁଥିଲେ । ଏତତ୍ ବ୍ୟତୀତ ବିହାରର ରାଜନେତା ପପୁ ଯାଦବଙ୍କ ପୁତ୍ର ସାର୍ଥକ ରଞ୍ଜନ ମଧ୍ୟ ଅକ୍ସନରେ ସାମିଲ ହୋଇଥିଲେ । ତାଙ୍କୁ ୧୭ ଲକ୍ଷ ଟଙ୍କାରେ ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ ରିଟେନ୍ କରିଛି ।

Also Read :- ଭାରତଠୁ ତେଲ କିଣୁଛି ଋଷ : ଶକ୍ତି ସଙ୍କଟରେ ମସ୍କୋ, ସାହାଯ୍ୟର ହାତ ବଢାଇଲା ନୂଆଦିଲ୍ଲୀ

ସବୁଠୁ ଦାମୀ ନିଲାମି

ଚଳିତ ଡିପିଏଲ ନିଲାମିରେ ତେଜସ୍ୱୀ ଦହିୟାଙ୍କୁ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ ୪୦ ଲକ୍ଷ ଟଙ୍କାରେ କ୍ରୟ କରିଛି । ସେ ଦିଲ୍ଲୀର ଜଣେ ଖେଳାଳି ଯିଏକି ସାଧାରଣ ପରିବାରରୁ ଆସିଛନ୍ତି । ୨୦୨୫ର ଆଇପିଏଲ ଅକ୍ସନରେ ମଧ୍ୟ ସେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କୁ କେହି କ୍ରୟ କରିନଥିଲେ ।