କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ। ମୋବାଇଲ ଗେମକୁ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ ହୋଇଥିବା ନେଇ ହୋଇଛି ଅଭିଯୋଗ । ଜଗନ୍ନାଥ ଛାତ୍ରବାସର +୩ ଦ୍ଵିତୀୟ ବର୍ଷର ଜଣେ ଛାତ୍ରଙ୍କୁ ସେହି ଛାତ୍ରାବାସର +୩ ତୃତୀୟ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯାଗ କରିଛନ୍ତି ପୀଡ଼ିତ ଛାତ୍ର।

ମିଳିଥିବା ସୂଚନା ଅନୁସାରେ, ମୋବାଇଲରେ ଅନଲାଇନ୍ ଗେମରେ ସିନିୟର ଛାତ୍ରମାନେ ଚିଟିଂ କରିବାରୁ ଦ୍ବିତୀୟ ବର୍ଷର ଛାତ୍ର ଏହାକୁ ବିରୋଧ କରିଥିଲେ । ଯେଉଁଥିରେ ସିନିୟର ଛାତ୍ରମାନେ ରାଗିଯାଇ ତାଙ୍କୁ ହଷ୍ଟେଲ ରୁମ ପାଖକୁ ଡକାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ସେ ଆଣ୍ଟି ରାଗିଂ ସେଲ୍ ଏବଂ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନକୁ ମେଲ କରି ଅଭିଯୋଗ କରିଛନ୍ତି। ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ସନ୍ଧ୍ୟାରେ ଅଭିଯୋଗ ନେଇ କର୍ତ୍ତୃପକ୍ଷ ବୈଠକ କରିବେ ବୋଲି ସୂଚନା ମିଳିଛି।

Also Read: ବିଶ୍ୱାସରେ ବିଷ... ଚାକିରି ଦେବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା