ସାଲେପୁର ୨୯।୦୯ : ଚାକିରି କରାଇଦେବା ନାଁରେ ଠକେଇ । ୧୩ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । କଟକ କନ୍ଦରପୁର ଥାନାରେ ଦୁଇ ଭାଇଙ୍କ ନାଁରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ ।

ବିଶ୍ୱାସରେ ବିଷ । ଚାକିରି କରାଇଦେବା ନାଁରେ ଠକେଇ । ପ୍ରଥମେ ବନ୍ଧୁତା କରି ବିଶ୍ୱାସ ଭାଜନ ହୋଇଥିଲେ । ଏହାପରେ ପୁଅକୁ ଚାକିରି କରାଇଦେବା ନାଁ ବିଭିନ୍ନ ସମୟରେ ୧୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଥାନା ଅଭିଯୋଗ ହୋଇଛି । ଟଙ୍କା ଠକିଥିବା ଦୁଇ ଭାଇଙ୍କ ନାଁରେ କନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି ବିରିଡି ଥାନା କଳନ୍ତିରା ଗାଁରେ ଶିବପ୍ରସାଦ ଭୋଳ । କନ୍ଦରପୁର ବଜାରରେ ଶିବପ୍ରସାଦ ଏକ ଗ୍ୟାରେଜ୍‌ କରିଥିଲେ । କନ୍ଦରପୁର ଥାନା ଅଧିନସ୍ତ ଆୟତପୁର ଗାଁର ସଞ୍ଜୟ କୁମାର ନାୟକ ଓ ଜନ୍ମଜେୟ ନାୟକ ଆସି ଶିବଙ୍କ ସହ ବନ୍ଧୁତା କରିଥିଲେ । ଏହାପରେ ତାଙ୍କ ପୁଅକୁ ମେରାଇନ ପୋଲିସରେ ଚାକିରି କରାଇଦେବାକୁ କହି କାଗଜ ମାଧ୍ୟମରେ  ଦସ୍ତଖତ କରାଇଥିଲେ । ଫୋନ୍‌ ପେ ଏବଂ ଦୁଇଟି ବ୍ଲାଙ୍କ ଚେକ୍‌ ଦେଇ ଶିବଙ୍କ ବିଶ୍ୱାସ ଭାଜନ ହୋଇଥିଲା । ବିଭିନ୍ନ ସମୟରେ ୧୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ ଦୁଇ ଭାଇ । ଶେଷରେ ଚାକିରି ନହେବାର ଶିବ ନିରୁପାୟ ହୋଇ କନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି।

Also Read:-ଗାଁକୁ ପଶି ଆସିଲା ପାଗଳ ବିଲୁଆ : ଗୋଡେଇ ଗୋଡେଇ ୧୩ ଜଣଙ୍କୁ କାମୁଡି଼ ପକାଇଲା

ସେପଟେ କନ୍ଦରପୁର ଆଇଆଇସିଙ୍କ କହିବା ଅନୁସାରେ, ଉଭୟଙ୍କର ଫୋନ୍‌ ବନ୍ଦ ରହିଛି । ଅଭିଯୋଗକାରୀଙ୍କ ଘର ବିରିଡି ଥାନା ଅଞ୍ଚଳରେ ହୋଇଥିବାରୁ ଆମେ କିଛି କରିପାରୁନି । ତେବେ ଏଠି କନ୍ଦରପୁର ଆଇଆଇସିଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । ଶିବପ୍ରସାଦଙ୍କ ମତରେ ଯଦି ଆମକୁ ନ୍ୟାୟ ନମିଳିଲା, ତେବେ ଆମେ ପରିବାର ସହ କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେବୁ ।