କଟକ ୩୧।୧୦: କଟକର ବିଡ଼ାନାସୀ ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଆନ୍ଦୋଳନ ଆରମ୍ଭ ହୋଇଛି । ଆଜି ଅଭିଯୋଗକାରୀ ଯୁବକ ମାନଙ୍କ ସହ ବିଡାନାସୀ ବାସିନ୍ଦା ଓ ଓଡ଼ିଶା ଜନତା କଂଗ୍ରେସ ନେତା, କର୍ମୀ ମାନେ ଏ ନେଇ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ସମ୍ପୃକ୍ତ ଥାନା ଇନ୍ସପେକ୍ଟରଙ୍କ ବିରୋଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ସମ୍ପୃକ୍ତ ଇନ୍ସପେକ୍ଟର ଗଣେଶ ପୂଜା ଓ ଦୁର୍ଗାପୂଜା ଭସାଣି ସମୟରେ କୌଣସି କାରଣ ନଥାଇ ଏକାଧିକ ଯୁବକଙ୍କୁ ମାଡ ମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅତ୍ୟନ୍ତ ଭଦ୍ର ଓ ସାଧାରଣ ଦର୍ଶକଙ୍କୁ ବିଡାନାସୀ ଥାନା ଇନ୍ସପେକ୍ଟର ସର୍ବସାଧାରଣରେ ମାଡ ମାରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ ଦେବା ଅଭିଯୋଗ ହୋଇଛି ।

Also Read:- ମାଡ଼ି ଆସୁଛି ଆଉ ଏକ ବାତ୍ୟା ! ନଭେମ୍ବର ୪ରୁ ବଦଳିବ ପାଗ, ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ତେବେ ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆଜି ଓଜେସି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଡିସିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।