ନୂଆଦିଲ୍ଲୀ: ଭାରତରେ ଗ୍ରୀଷ୍ମ ପ୍ରବାହ (Heatwave)ରୌଦ୍ର ରୂପ ଧାରଣ କରିଛି। ପ୍ରବଳ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଶୁକ୍ରବାର ସକାଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆଜି ବିଶ୍ୱର ସବୁଠାରୁ ୫୦ଟି ଉତ୍ତପ୍ତ ସହରର ତାଲିକା କରାଯାଇଛି। ଆଉ ଦୁର୍ଭାଗ୍ୟବଶତଃ ଏହି ସମସ୍ତ ସହ ଉତପ୍ତ ସହର ଭାରତର ଥିଲା। ଆଉ ତାଠାରୁ ଦୁର୍ଭାଗ୍ୟର କଥା ହେଲା ବିଶ୍ୱର ସବୁଠାରୁ ଉତପ୍ତ ସହର ଆମ ରାଜ୍ୟ ଓଡ଼ିଶାର। ନାଁ ହେଲା ବଲାଙ୍ଗୀର। ଶୁକ୍ରବାର ବଲାଙ୍ଗୀର ହିଁ ବିଶ୍ୱର ସବୁଠାରୁ ଉତପ୍ତ ସହର ହୋଇଛି।ଦେଶର ଉତ୍ତର,କେନ୍ଦ୍ରୀୟ ଏବଂ ପୂର୍ବ ଭାଗରେ ପ୍ରଚଣ୍ଡ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଧ୍ୟାହ୍ନ ପୂର୍ବରୁ ହିଁ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଯାଇଥିଲା।

ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ

ବାୟୁ ଗୁଣବତ୍ତା ଏବଂ ପାଣିପାଗ ଟ୍ରାକରAQI.inର ତଥ୍ୟ ଅନୁଯାୟୀ,ଶୁକ୍ରବାର ପୂର୍ବାହ୍ନ ୧୦:୫୦ ସୁଦ୍ଧା ବିଶ୍ୱର ଟପ୍-୫୦ ଉତ୍ତପ୍ତ ସହର ତାଲିକାରେ କେବଳ ଭାରତୀୟ ସହରଗୁଡ଼ିକୁ ଦେଖିବାକୁ ମିଳିଥିଲା। ଏହି ତାଲିକାରେ ଓଡ଼ିଶାର ବଲାଙ୍ଗୀର ୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବିଶ୍ୱର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଛି। ଏହା ପଛକୁ ଚନ୍ଦ୍ରପୁର ଏବଂ ପ୍ରୟାଗରାଜରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହିତ ଛତିଶଗଡ଼,ବିହାର,ତେଲେଙ୍ଗାନା,ହରିଆଣା ଏବଂ ମଧ୍ୟପ୍ରଦେଶର ଏକାଧିକ ସହର ଉତପ୍ତ ସହର ତାଲିକାରେ ରହିଛନ୍ତି।

Also Read- Twisha Sharma Case: ୧୦ ଦିନ ଫେରାର ରହିବା ପରେ କୋର୍ଟରେ ଆତ୍ମସମର୍ପଣ କଲେ ତ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂ, କୋର୍ଟ ପରିସରରେ ହଙ୍ଗାମା

ଉତ୍ତର ପ୍ରଦେଶର ସର୍ବାଧିକ ସହର ତାଲିକାରେ ସାମିଲ

ଜାରି ହୋଇଥିବା ବିଶ୍ୱ ସ୍ତରୀୟ ରେଙ୍କିଙ୍ଗରୁ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଟପ୍-୫୦ ତାଲିକାରେ ଥିବା ସହରଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକ କେବଳ ଉତ୍ତର ପ୍ରଦେଶରୁ ରହିଛନ୍ତି। ୟୁପିର ବାରାଣସୀ,ବାନ୍ଦା,ବରେଲି ଏବଂ ଅଯୋଧ୍ୟା ଭଳି ସହରଗୁଡ଼ିକରେ ମଧ୍ୟାହ୍ନ ପୂର୍ବରୁ ହିଁ ତାପମାତ୍ରା ୪୨ ଡିଗ୍ରୀରୁ ୪୩ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା।

IMD ପକ୍ଷରୁ ରେଡ୍ ଏବଂ ଅରେଞ୍ଜ ଆଲର୍ଟ

ଭାରତୀୟ ପାଣିପାଗ ବିଭାଗ (IMD)ଚେତାବନୀ ଦେଇଛି ଯେ,ଚଳିତ ସପ୍ତାହରେ ସାରା ଉତ୍ତର-ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ପ୍ରବାହରୁ ଅତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (Severe Heatwave)ଜାରି ରହିବ। ଏଥିପାଇଁ ଅନେକ ରାଜ୍ୟରେ ରେଡ୍ (Red)ଏବଂ ଅରେଞ୍ଜ (Orange)ଆଲର୍ଟ ଜାରି କରାଯାଇଛି। ସେହିପରି ଦିଲ୍ଲୀ ଏବଂ ଏନସିଆର (NCR)ମଧ୍ୟ ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଥିବା ବେଳେ ଆଗାମୀ ଦିନରେ ଏଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ ବୋଲିIMDକହିଛି।

ଗ୍ରୀଷ୍ମ ପ୍ରବାହର କାରଣ: 'ହିଟ୍ ଡୋମ୍'

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ,କ୍ରମାଗତ ଶୁଷ୍କ ଉତ୍ତର-ପଶ୍ଚିମ ପବନ,ମେଘମୁକ୍ତ ଆକାଶ ଏବଂ ଇଣ୍ଡୋ-ଗାଙ୍ଗେଟିୟ ସମତଳ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷାରେ ବିଳମ୍ବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା,ଛତିଶଗଡ଼,ମଧ୍ୟପ୍ରଦେଶ,ଉତ୍ତର ପ୍ରଦେଶ,ବିହାର,ହରିଆଣା ଏବଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏହି ଗ୍ରୀଷ୍ମ ପ୍ରବାହ ବ୍ୟାପିଥିବା ବେଳେ ଏହା ଉପମହାଦ୍ୱୀପରେ ଏକ ବିଶାଳ'ହିଟ୍ ଡୋମ୍' (Heat Dome)ସୃଷ୍ଟି କରିଛି। ଚଳିତ ସପ୍ତାହରେ ମହାରାଷ୍ଟ୍ରର ବିଦର୍ଭର ଅନେକ ସହରରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି।

ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପ୍ରଶାସନର ପରାମର୍ଶ

ଅତ୍ୟଧିକ ଗରମ ଯୋଗୁ ବିଭିନ୍ନ ରାଜ୍ୟର ମାଳ ମାଳ ହସ୍ପିଟାଲରେ ଡିହାଇଡ୍ରେସନ (ଶରୀରରେ ଜଳୀୟ ଅଂଶ କମିବା),ରମ ଜନିତ କ୍ଲାନ୍ତି ଏବଂ ଅଂଶୁଘାତ (Sunstroke)ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ବାହାରେ କାମ କରୁଥିବା ଶ୍ରମିକ,ଶିଶୁ ଏବଂ ବୃଦ୍ଧବୃଦ୍ଧାମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଏଥିପାଇଁ କର୍ତ୍ତୃପକ୍ଷ ଲୋକମାନଙ୍କୁ ମଧ୍ୟାହ୍ନ ସମୟରେ ସୂର୍ଯ୍ୟ କିରଣରୁ ଦୂରେଇ ରହିବାକୁ,ପ୍ରଚୁର ପାଣି ପିଇବାକୁ ଏବଂ ଜରୁରୀ ନଥିଲେ ଯାତ୍ରା ନକରିବାକୁ ଅନୁରୋଧ କରିଛନ୍ତି।

ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼-ବଲାଙ୍ଗୀର ଅଞ୍ଚଳ ଇତିହାସରେ ସବୁବେଳେ ଏକ ପ୍ରଚଣ୍ଡ ଗ୍ରୀଷ୍ମ ଅଞ୍ଚଳ ହୋଇ ରହିଆସିଛି,ତେଣୁ ବଲାଙ୍ଗୀର ଶୀର୍ଷରେ ରହିବା ନୂଆ କଥା ନୁହେଁ। କିନ୍ତୁ ବିଶ୍ୱର ସବୁଠାରୁ ୫୦ଟି ଉତ୍ତପ୍ତ ସହର କେବଳ ଗୋଟିଏ ଦେଶ ମଧ୍ୟରେ ସୀମିତ ରହିବା,ଭାରତରେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହର ଭୟାବହତା ଏବଂ ଏହାର ଭୌଗୋଳିକ ବ୍ୟାପକତାକୁ ସ୍ପଷ୍ଟ ପ୍ରମାଣିତ କରୁଛି।