Air India to cut Flights: ଇନ୍ଧ ମୂଲ୍ୟ ବୃଦ୍ଧି ଯୋଗୁ କିଛିଦିନ ତଳେ ବିମାନ ଉଡ଼ାଣ ବନ୍ଦ କରିବାକୁ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସ୍ ଜେଟ୍ ଭଳି ଭାରତୀୟ ଏୟାରଲାଇନ୍ସ ଚେତାବନୀ ଦେଇଥିଲେ। ଏନେଇ ବିମାନ ଚଳାଚଳ ସଂଗଠନ ଫେଡେରେସନ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ(FIA) ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଥିଲା।

ଏହାରି ଭିତରେ ଏୟାର ଇଣ୍ଡିଆ ଏକ ବଡ଼ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣର ୧୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଟାଟା ଗ୍ରୁପ୍ ଏୟାରଲାଇନ୍ସ ଅକ୍ଟୋବର ଶେଷ ଭାଗରୁ ଏହାର ଶୀତକାଳୀନ କାର୍ଯ୍ୟସୂଚୀରୁ ପ୍ରାୟ ୧୦୦ଟି ଦୈନିକ ବିମାନ ଉଡ଼ାଣ ହ୍ରାସ କରିବ। ବର୍ତ୍ତମାନ, ଏୟାରଲାଇନ୍ସ ଦୈନିକ ପ୍ରାୟ ୯୦୦ ଉଡ଼ାଣ ପରିଚାଳନା କରୁଛି।

ଇନ୍ଧନ ମୂଲ୍ୟ ବୃଦ୍ଧି ଓ ସ୍ପେୟାର୍ ସ୍ପାର୍ଟସ୍ ନ ମିଳିବାରୁ ନିଷ୍ପତ୍ତି

• ବିମାନ ଇନ୍ଧନ (ATF)ର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ଏହାର ପୁରୁଣା ଫ୍ଲିଟ୍ ପାଇଁ ସ୍ପେୟାର ପାର୍ଟସର ଅଭାବ ଯୋଗୁ ବିମାନ କମ୍ପାନୀ ଏହି ପ୍ରମୁଖ ନିଷ୍ପତ୍ତି ନେଇଛି।
• ଏୟାର ଇଣ୍ଡିଆର ସ୍ପେୟାର ପାର୍ଟସର ଅଭାବ ଯୋଗୁ ବର୍ତ୍ତମାନ ପ୍ରାୟ ୩୦ଟି ୱାଇଡ-ବଡି ଏୟାରକ୍ରାଫ୍ଟ ଗ୍ରାଉଣ୍ଡେଡ୍ ଅଛି।
• ଯଦିଓ ବିମାନ କମ୍ପାନୀ ବୋଇଂ ଏବଂ ଏୟାରବସ୍ ସହିତ ନୂଆ ବିମାନ ପାଇଁ ବଡ଼ ଅର୍ଡର ଦେଇଛି, ସେମାନଙ୍କର ଡେଲିଭରିରେ ସମୟ ଲାଗିବ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏୟାରଲାଇନ୍ସ ଭାରତକୁ ସଂଯୋଗ କରୁଥିବା ଉତ୍ତର ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରୁଟରେ ଉଡ଼ାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ସାନ ଫ୍ରାନ୍ସିସ୍କୋ, ଚିକାଗୋ, ଲଣ୍ଡନ ଏବଂ ସିଡନୀ ଭଲି ସହରକୁ ଉଡ଼ାଣ ହ୍ରାସ ପାଇପାରେ। କେବଳ ବିଦେଶୀ ନୁହେ ଘରୋଇ ରୁଟ୍ସରେ ବି ବିମାନ ଯାତ୍ରାରେ ପରିବର୍ତ୍ତନ କରିପାରେ କମ୍ପାନୀ। ଯେଉଁ ମେଟ୍ରୋ ସିଟିଗୁଡ଼ିକରେ ଦୈନିକ ଉଡାଣ ଜାରି ରହିଛି ସେଗୁଡ଼ିକରେ କମ୍ପାନୀ ହ୍ରାସ କରିବା ପାଇଁ ଚିନ୍ତା କରୁଛି। ଏଥିରେ ଏୟାରଲାଇନ୍ସକୁ ଅଧିକ ଲାଭଦାୟକ ରୁଟରେ ଏହାର ବିମାନ ନିୟୋଜିତ କରିବାରେ କିମ୍ବା ସେଗୁଡ଼ିକୁ ଷ୍ଟାଣ୍ଡବାଏରେ ରଖିବାରେ ସାହାଯ୍ୟ କରିବ। ଯାହା ଦ୍ଵାରା ଅନ ଟାଇମ- ପରଫର୍ମାନ୍ସସରେ (OTP) ସୁଧାର ହେବ ବୋଲି କମ୍ପାନୀ ଚିନ୍ତା କରୁଛି।

Also Read- ଚାରି ଚକା ଥିବା ସ୍କୁଟର; ରହିଛି କାର୍ ଭଳି ସିଟ୍ ଏବଂ ଡିକି

ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିମାନର ପରିଚାଳନାଗତ ଖର୍ଚ୍ଚ ଏବଂ ଉପଲବ୍ଧତା ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏୟାର ଇଣ୍ଡିଆ କହିଛି ଯେ ଆମେ ଦକ୍ଷତାର ସହିତ କାର୍ଯ୍ୟ କରିବା ପାଇଁ ବଜାର ଚାହିଦା ଏବଂ ପରିଚାଳନାଗତ ପ୍ରତିବନ୍ଧକକୁ ଆଧାର କରି ଆମର ଉଡ଼ାଣ ସମୟସୂଚୀ ନିରନ୍ତର ସମୀକ୍ଷା କରୁ। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ ପରୋକ୍ଷ ସୂତ୍ରରୁ ସୂଚନା ମିଳିଛି।

ATF'ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?

• ବିମାନ ଟର୍ବାଇନ୍ ଇନ୍ଧନ (ATF): ଏହା ବିମାନରେ ବ୍ୟବହୃତ ଏକ ସ୍ୱତନ୍ତ୍ର ଇନ୍ଧନ।
• ମୂଲ୍ୟ: ଏକ ବିମାନ କମ୍ପାନୀର ମୋଟ ଖର୍ଚ୍ଚର ପ୍ରାୟ ୪୦% କେବଳ ଇନ୍ଧନରେ ଯାଇଥାଏ।
• ମୂଲ୍ୟ ପ୍ରଭାବ: ଯେତେବେଳେ ତେଲ ମୂଲ୍ୟ ବୃଦ୍ଧି ପାଏ, ବିମାନ କମ୍ପାନୀଗୁଡ଼ିକ କ୍ଷତି କମାଇବା ପାଇଁ ଭଡ଼ା ବୃଦ୍ଧି କରିବାକୁ କିମ୍ବା ବିମାନ ଉଡାଣ ହ୍ରାସ କରିବାକୁ ବାଧ୍ୟ ହୁଅନ୍ତି।