ନୂଆଦିଲ୍ଲୀ: ବର୍ତ୍ତମାନ ସରକାର ଇଭି ଯାନ କିଣାକୁ ପ୍ରୋତ୍ସାହନ ଦେଉଛନ୍ତି।ଏମିତିରେ ଅନେକ କମ୍ପାନି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରୁଛନ୍ତି। କାହାର ରେଞ୍ଜ ୪୦୦ରୁ ୫୦୦ କିଲୋମିଟର ରହୁଛି ତ’ ପୁଣି କେଉଁ ଇଭିରେ ମିଳୁଛି ଅଧିକ ଫିଚର୍ସ। ଏସବୁ ଭିତରେ କିଛି ଏଭଳି କମ୍ପାନି ମଧ୍ୟ ଅଛନ୍ତି ଯେଉଁମାନେ ତିଆରି କରୁଥିବା ଇଭିରେ ମାଇଲେଜ ହୁଏତ କମ୍ ରହିଥାଇପାରେ, କିନ୍ତୁ ଆରମ୍ ଖୁବ୍ ମିଳିଥାଏ। ଏହି ତାଲିକାରେ ଗୋଟିଏ ନାଁ ହେଉଛି ପେଭ ହାଇରାଇଡର । ଏହି ସ୍କୁଟରର ସବୁଠାରୁ ବିଶେଷତ୍ବ ହେଉଛି ଏଥିରେ କାର ଭଳି ଚାରିଟି ଚକ ରହିଛି। ଯେଉଁଥିରେ ବାଲାନ୍ସ କରିବାର ଚିନ୍ତା ନାହିଁ। ଏତିକି ନୁହେଁ ଏଥିରେ କାର ଭଳି ଆରାମଦାୟକ ସିଟ୍, ଲେଗ ରୁମ୍, ବୁଟ ସ୍ପେସ ଭଳି ଅନେକ ଫିଚର୍ସ ମଧ୍ୟ ମିଳୁଛି। ଏମିତିରେ ଏହା ୨ ଯାତ୍ରୀ ବସିପାରିବା କାର ଭଳି।

ପେଭ ହାଇରାଇଡରର ଫିଚର୍ସ

ପେଭ ହାଇରାଇଡରର ଦୁଇଟି ଭାରିଆଣ୍ଟ ରହିଛି। ବେସ୍ ଭାରିଆଣ୍ଟରେ ୬୦୦W ବ୍ୟାଟେରୀ ପ୍ୟାକ୍ କ୍ଷମତା ରହିଛି। ଯାହା ଥରେ ଚାର୍ଜ କଲେ ୬୦ କିଲୋମିଟର ରେଞ୍ଜ ଦେବ। ଏହା ୬ ଘଣ୍ଟାରେ ୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ। ସ୍କୁଟରର ସର୍ବାଧିକ ସ୍ପିଡ୍ ୨୫ କିଲୋମିଟର ପ୍ରତି ଘଣ୍ଟା ରହିଛି। ଏହି ସ୍କୁଟର ୧୦୦୦W ମୋଟର ଦ୍ବାରା ଚାଳିତ।

Also Read: ବ୍ୟାନ୍ ହେଲା ୯ ହଜାରରୁ ଅଧିକ ହ୍ବାଟ୍ସଆପ୍ ଆକାଉଣ୍ଟ, କାମ୍ବୋଡିଆରୁ ଚାଲିଥିଲା ଭାରତରେ ଡିଜିଟାଲ ଆରେଷ୍ଟ ସ୍କାମ୍

ଏହି ସ୍କୁଟରରେ ଦୁଇଜଣ ଯାତ୍ରୀ ବସିପାରିବେ। ଉଭୟ ସିଟରେ ଆର୍ମରେଷ୍ଟ୍ ଅଛି। ଯାହାକୁ ନିଜ ହିସାବରେ ଆଡଜଷ୍ଟ ମଧ୍ୟ କରିହେବ। ସ୍କୁଟରର ପଛ ପାର୍ଶ୍ଵରେ ପ୍ରାୟ ୪୦ ଲିଟର କ୍ଷମତା ବିଶିଷ୍ଟ ଏକ ବାକ୍ସ ଦିଆଯାଇଛି। ସେହିଭଳି ବ୍ୟାକ୍ ସିଟ୍ ତଳେ ମଧ୍ୟ ପ୍ରାୟ ୫୦ ଲିଟରର ଷ୍ଟୋରେଜ୍ ଅଛି। ସ୍କୁଟରର ଓଜନ ୧୧୫ କିଲୋଗ୍ରାମ । ସ୍କୁଟରର ଆଗରେ ଡିସ୍କ ବ୍ରେକ୍ ଏବଂ ରିୟର ହ୍ବିଲରେ ଡ୍ରମ୍ ବ୍ରେକ୍ ଅଛି। ଏହା ଧଳା, କଳା ଏବଂ ଲାଲ ରଙ୍ଗରେ ଉପଲବ୍ଧ।

ସ୍କୁଟରର ଦାମ୍

ତେବେ ଏହାର ଦାମ କଥା କହିଲେ ଏହାର ଏକ୍ସ ଶୋରୁମ୍ ମୂଲ୍ୟ ୯୨ ହଜାର ଟଙ୍କା ରହିଛି। କମ୍ପାନି ଏହାର ମୋଟର, ବ୍ୟାଟେରୀ ଏବଂ ଗାଡ଼ି ଉପରେ ୩ ବର୍ଷର ଓ୍ବାରେଣ୍ଟି ମଧ୍ୟ ଦେଉଛି। ଏହି ସ୍କୁଟରକୁ ଚଳାଇବା ପାଇଁ ରେଜିଷ୍ଟ୍ରେସନ ଏବଂ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ପଡ଼ିବ।