ନୂଆଦିଲ୍ଲୀ ୧୩।୦୮; ବଲିଉଡର ବିଗବି ଅମିତାଭ ବଚ୍ଚନ । କେବଳ ବଡ଼ ପରଦାରେ ନୁହେଁ, ଟେଲିଭିଜନରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଗତ ଅଢ଼େଇ ଦଶନ୍ଧି ଧରି, ସେ ତାଙ୍କର କୁଇଜ୍ ସୋ, ‘କୌନ୍ ବନେଗା କରୋଡ଼ପତି’ ସହିତ ଦର୍ଶକଙ୍କ ମନରୋଞ୍ଜନ କରି ଆସୁଛନ୍ତି । କେବିସିର ୧୮ତମ ସିଜିନ୍ ଆରମ୍ଭ ହୋଇଛି। ଏହି ସମୟରେ ସୁପରଷ୍ଟାର ମାଧୁରୀ ଦୀକ୍ଷିତ ଦୀର୍ଘ ୨୪ ବର୍ଷ ପରେ ‘କୌନ୍ ବନେଗା କରୋଡ଼ପତି’ର ମରାଠୀ ଭର୍ସନରେ ହୋଷ୍ଟ ଭାବେ ଫେରୁଛନ୍ତି।

ଅମିତାଭ ବଚ୍ଚନ ଏହି ସୋ’ ଜରିଆରେ ଦର୍ଶକଙ୍କ ଭିତରେ ଏକ ଗଭୀର ଛାପ ସୃଷ୍ଟି କରି ସାରିଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ମାଧୁରୀ ଦୀକ୍ଷିତ ‘କୌଣ ହୋଣାର କରୋଡପତି’ ର ଅଷ୍ଟମ ସିଜିନର ଦାୟିତ୍ୱ ନେଇଛନ୍ତି। ଏହି ଭୂମିକା ପାଇଁ ସେ କୋଟି କୋଟି ଟଙ୍କାର ପାରିଶ୍ରମିକ ନେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ମାଧୁରୀ ଦୀକ୍ଷିତ ଟେଲିଭିଜନ ଜଗତ ପାଇଁ ଅପରିଚିତ ନୁହଁନ୍ତି। ସେ ପୂର୍ବରୁ ଅନେକ ଡ୍ୟାନ୍ସ ରିଆଲିଟି ଶୋ’ରେ ବିଚାରକ ଭାବରେ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କର ପ୍ରଯୋଜକ ଭାବରେ କମ୍ବ୍ୟାକ୍ ବହୁତ ସ୍ୱତନ୍ତ୍ର। ପ୍ରାୟ ୨୪ ବର୍ଷ ପରେ, ସେ ପୁଣି ଥରେ ଏକ ଟିଭି ଶୋ’ର ହୋଷ୍ଟିଂ କରୁଥିବାର ନଜର ଆସିବେ। ପୂର୍ବରୁ ମାଧୁରୀ ୨୦୦୨ ମସିହାରେ "କହିଁ ନା କହିଁ କୋଇ ହୈ" ଶୋ’କୁ ହୋଷ୍ଟ କରିଥିଲେ। ଏବେ, ଏତେ ଲମ୍ବା ବ୍ୟବଧାନ ପରେ, ସେ ଏକ କୁଇଜ୍ ଶୋ’ର ହୋଷ୍ଟ ଭାବରେ ଦର୍ଶକଙ୍କ ନିକଟକୁ ଫେରିବେ।