ଭୁବନେଶ୍ୱର ୧୮/୧୨: ଆଡିସିନାଲ ସିକ୍ୟୁରିଟି ଡିପୋଜିଟ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଥିଲା । ଇଲେକଟ୍ରିସିଟି ଆକ୍ଟ ୨୦୦୩ ନିୟମ ଅନୁସାରେ ଆମେ ସବୁ କାମ କରୁଛୁ। ଏହା ଏକ ରେଗୁଲେଟେଡ ବିଜନେସ । ବିଦ୍ୟୁତ ବିଲ ,କନେକ୍ସନ ,ଚାର୍ଜେଷ ସବୁ ରେଗୁଲେଟେଡ। ଯେଉଁ ସିକ୍ୟୁରିଟି ଡିପୋଜିଟ ନିଆ ଯାଉଛି । ତାହା ଉପରେ କ୍ରେଡିଟ ଇଂଟରେଷ୍ଟ ମଧ୍ୟ ଦିଆ ଯାଉଛି।

ଆମେ ଆଡ଼ିସିନାଲ ସିକ୍ୟୁରିଟି ଡିପୋଜିଟ ବାବଦରେ ଗଣମାଧ୍ୟମରେ ମଧ୍ୟ ବିଜ୍ଞାପନ ଦେଇଚୁ। ସ୍ମାର୍ଟ ମିଟର ସମ୍ପୂର୍ଣ ସଠିକ ରିଡିଙ୍ଗ ନେଉଛି। ଯାହା ପୁରୁଣା ମିଟର ରିଡିଙ୍ଗ ନେଉଥିଲା ସ୍ମାର୍ଟ ମିଟର ସମାନ ଢଙ୍ଗରେ କାମ କରୁଛି। ଅଧିକ ଟଙ୍କା ଆସିବା ଏକ ଭ୍ରମ। ସେମିତି କୌଣସି ସ୍ଥାନରେ ହେଉନି । ଆମେ ଉଭୟ ପୁରୁଣା ମିଟର ଓ ସ୍ମାର୍ଟ ମିଟର ଉଭୟକୁ ବ୍ୟବହାର କରୁଛୁ। ଆଜିଯାଏଁ ଉଭୟ ମିଟର ରେ ସମାନ ରିଡିଙ୍ଗ ଆସୁଛି। ଯାହାର ଯଦି ବ୍ୟକ୍ତିଗତ ସମସ୍ୟା ଅଛି ତେବେ ଆମ ନିକଟକୁ ଆସି ଜଣେଇପାରିବେ ।

​​​​​​​ସୂଚନା ଥାଉକି, ବିଦ୍ୟୁତ୍ ସଂଯୋଗ ପାଇଁ ଅତିରିକ୍ତ ସୁରକ୍ଷା ଜମାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଦ୍ୟୁତ୍ ସମସ୍ୟା ନେଇ ଓଇଆରସିଙ୍କୁ ଭେଟିଥିଲା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ଏନେଇ ମହାସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ନିକଟରେ ବିଦ୍ୟୁତ ବିତରଣ ସଂସ୍ଥା ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ କରିଥିଲା । ଯେଉଁମାନେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ ନକରିବେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ମଧ୍ୟ ନୋଟିସ୍ ହୋଇଥିଲା ।