ନୂଆପଡ଼ା, ୦୮/୧୦ : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ। ନୂଆପଡା ଜିଲ୍ଲା ଦେଇ ଯାଇଥିବା ୩୫୩ ଜାତୀୟ ରାଜପଥରେ ଏପରି ଅଘଟଣ ଘଟିଛି । ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ପ୍ରାଣ ହରାଇଛନ୍ତି ।

Also Read :- ପୁଣି ଖସିଲା ଟଙ୍କା, ଡଲାର ତୁଳନାରେ ଏବେ ଏତିକି ମୂଲ୍ୟ

ରିପୋର୍ଟ ଅନୁସାରେ, ଜିଲ୍ଲାର ସାନମହେଶ୍ୱର ନିକଟରେ ଦୁର୍ଘଟଣା ଘଟିଛି। ମୃତ ଦମ୍ପତି କୋମନା ଥାନା ବିରୁନପଦର ଗ୍ରାମର ବୋଲି ଜମାପଡିଛି। ଗୁରୁବାର ସକାଳୁ ସେମାନେ ଖଡ଼ିଆଳ ଥାନା କୋଟିପଦରରୁ ନିଜ ଗାଁକୁ ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଉଭୟ ପ୍ରାଣ ହରାଇଥିଲେ । ଘଟଣା ସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।