ଭୁବନେଶ୍ୱର,୧୮/୦୮:ଡ୍ରାଇଭରଙ୍କ ଆଖି ଲାଗିଗଲା । ରାସ୍ତା କଡକୁ ଓଲଟି ପଡିଲା ବସ୍ । ଏପରି କିଛି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ଓମ୍ ଚକାଡୋଳା ନାମକ ଏକ ବସ ଭାରସାମ୍ୟ ହରାଇ ଓଲଟି ପଡିବାରୁ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Also Read :- ଗାଲେ ଟେଷ୍ଟରେ ଶ୍ରୀଲଙ୍କାର ପ୍ରଥମ ଇନିଂସ ୨୮୪ ରନରେ ଶେଷ, ଟିମ୍ ଇଣ୍ଡିଆ ୧୭୮ ରନରେ ଆଗୁଆ

ରିପୋର୍ଟ ଅନୁସାରେ, ଏକ ଯାତ୍ରୀବାହୀ ବସ୍ ଦାରିଙ୍ଗବାଡିରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ । ଏଥିରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ତେବେ ନୟାଗଡ ନିକଟବର୍ତ୍ତୀ ପଣ୍ଡୁସର ନିକଟରେ ଏହା ଓଲଟି ପଡିଛି । ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାକୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଅନ୍ୟ ଦିଗରେ ଦୁଇ ବାଇକ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଏପରି ହୋଇଥିବା ଡ୍ରାଇଭର କହିଛନ୍ତି ।

ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ଲୋକେ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଘଟଣାକୁ ନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।