ବରଗଡ଼, ୦୫/୧୦: ଜଗା ଦର୍ଶନ ଯିବା ହେଲା କାଳlଦୁର୍ଘଟଣାରେ ଚାଲିଗଲା ଜୀବନlବରଗଡ ଜିଲ୍ଲା ସୋହେଲା ବ୍ଲକ ମଧୁପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣାl

ଇନ୍ଦୋରରୁ ପୁରୀ ଜଗନ୍ନାଥ ଧାମ ଦର୍ଶନ ପାଇଁ ଏକ ପରିବାରର ଗାଡ଼ିରେ ଯିବା ବେଳେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତିlଭାରସାମ୍ୟ ହରାଇ ସେମାନଙ୍କ କାରଟି ଏକ ଗଛରେ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତିl୩ ଜଣଙ୍କୁ ସୋହେଲା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛିl

Also Read :- ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ: ଦେଢ଼ ଘଣ୍ଟାର ସଂଘର୍ଷ ପରେ ମୃତ୍ୟୁ ମୁହଁରୁ ଫେରିଲେ ଯୁବକ

ତେବେ କେଉଁ ଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଚାଲିଛି । ସୋହେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛିlଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ l