ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ୧୦୦ତମ ଜନ୍ମଜୟନ୍ତୀ ୮ ନଭେମ୍ବର ରବିବାର ଦୀପାବଳିର ଶୁଭ ଅବସରରେ ପାଳନ କରିବେ। ଏଥି ପାଇଁ ବିଜେପି ମୁଖ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି। ଏହି ଅବସରରେ ତାଙ୍କର ପ୍ରେରଣାଦାୟୀ ଜୀବନ, ରାଷ୍ଟ୍ର ପ୍ରତି ସମର୍ପଣ, ସଙ୍ଗଠନାତ୍ମକ ଯୋଗଦାନ ଓ ସାର୍ବଜନିକ ଜୀବନରେ ଦୀର୍ଘ ଯାତ୍ରାକୁ ସ୍ମରଣ କରାଯିବ। ଏଥି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜାତୀୟ ସଭାପତି ନୀତିନ ନବୀନ, ଆଡଭାନୀଙ୍କ କନ୍ୟା ପ୍ରତିଭା ଆଡଭାନୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ।

ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ପାଳନ ପୂର୍ବାହ୍ନ ୧୦ଟା ରୁ ପୂଜା ଓ ହବନ ସହିତ ଆରମ୍ଭ ହେବ। ଏହା ପରେ ଆଡଭାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭାଷଣ ଓ ତାଙ୍କ ଜୀବନ ଯାତ୍ରା ଉପରେ ଆଧାରିତ ୨୦ ମିନିଟ୍ ର ବିଶେଷ ଭିଡିଓ ପ୍ରସ୍ତୁତ କରାଯିବ। ଏହାଛଡା ତାଙ୍କ ଜୀବନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ତାଙ୍କ ଯୋଗଦାନକୁ ନେଇ ବରିଷ୍ଠ ନେତାମାନେ ଦେଇଥିବା ସମ୍ବୋଧନ ଭିଡିଓ ମଧ୍ୟ ପ୍ରଦର୍ଶିତ ହେବ। ଏହା ପରେ ତାଙ୍କ କନ୍ୟା ପ୍ରତିଭା ଆଡଭାନୀ ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ସେମାନଙ୍କ ବିଚାର ବ୍ୟକ୍ତ କରିବେ।

ବିଜେପି ଜାତୀୟ ସଭାପତି ନୀତିନ ନବୀନ ଆଡଭାନୀଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ଭାରତ ରତ୍ନ ଳାଲ କୃଷ୍ଣ ଆଡଭାନୀଙ୍କ ଦେଶ ଓ ପାର୍ଟି ପ୍ରତି ଯୋଗଦାନକୁ ସ୍ମରଣ କରିବେ। କାର୍ଯ୍ୟକ୍ରମର ସମାପନ ପ୍ରସାଦ ବିତରଣ ସହ ଅନୁଷ୍ଠିତ ହେବ। ଭାରତୀୟ ଜନତା ପାର୍ଟି ଦଳର ବରିଷ୍ଠ ନେତା, ମାର୍ଗଦର୍ଶକ ଓ ମନିଷିମାନଙ୍କ ଯୋଗଦାନ, ବିଚାର ଓ ସଙ୍ଗଠନପ୍ରତି ସେମାନଙ୍କ ସମର୍ପିତ ସେବାର ସଦୈବ ସମ୍ମାନ କରିଥାଏ। ପାର୍ଟିର ଭାବନା ସର୍ବଦା ଏପରି ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଓ ସେମାନଙ୍କ ବିଚାରଧାରା ଆଗାମୀ ପିଢୀ ପର୍ଯ୍ୟନ୍ତ ପ୍ରେରଣାର ସ୍ରୋତ। ବିଜେପି ସେମାନଙ୍କ ଐତିହ୍ୟକୁ ସ୍ମରଣ କରିବା, ସଂରକ୍ଷଣ କରିବା ଓ ସେମାନଙ୍କ ଆଦର୍ଶକୁ ଆଗକୁ ବଢାଇବାକୁ ସଂକଳ୍ପବଦ୍ଧ।