ମୁମ୍ଵାଇ ୦୪।୦୬; ବଲିଉଡର 'ମିଷ୍ଟର ପରଫେକ୍ସନିଷ୍ଟ' ଅମୀର ଖାନ। ତାଙ୍କ ବ୍ୟକ୍ତିଗତ ଜୀବନକୁ ସେ ଲାଇମ ଲାଇଟରେ ରୁହନ୍ତି । ଗୌରୀ ସ୍ପ୍ରେଟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ସମୟ ଧରି ଚର୍ଚ୍ଚାର ରହିଆସିଛନ୍ତି। ହେଲେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ସଭିଏଁ ଆଶ୍ଚର୍ଯ୍ୟ ହୋଇଯିବେ । ୬୧ ବର୍ଷିୟ ଆମିର ତୃତୀୟ ଥର ପାଇଁ ବର ସାଜିବାକୁ ଯାଉଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀଙ୍କ ସହ ୫ ଜୁଲାଇ ୨୦୨୬ରେ ବିବାହ କରିବେ।

ଏହା ଉଲ୍ଲେଖନୀୟ ଯେ ଅମୀର ଖାନ ଅନେକ ଥର କହିଛନ୍ତି ଯେ ସେ ଏବଂ ଗୌରୀ ପରସ୍ପର ପ୍ରତି ସମ୍ପୂର୍ଣ୍ଣ ସମର୍ପିତ। ଅମୀର ବିଶ୍ୱାସ କରନ୍ତି ଯେ, ତାଙ୍କ ହୃଦୟରେ ସେ ଗୌରୀଙ୍କୁ ତାଙ୍କର ଜୀବନସାଥୀ ଭାବରେ ଗ୍ରହଣ କରିସାରିଛନ୍ତି। ଗତ ମାର୍ଚ୍ଚରେ ତାଙ୍କ ୬୦ତମ ଜନ୍ମଦିନରେ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିବା ପରଠାରୁ, ଏହି ଦମ୍ପତିଙ୍କୁ ପ୍ରତ୍ୟେକ ଇଭେଣ୍ଟ ଓ ପାର୍ଟିରେ ପ୍ରାୟତଃ ଏକାଠି ଦେଖିବାକୁ ମିଳେ। ଏବେ, ଅମୀର ଖାନ ଏବଂ ଗୌରୀ ଜୁଲାଇ ୫ ତାରିଖରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଉଭୟଙ୍କ ପରିବାର ଏବଂ କିଛି ନିକଟତମ ବନ୍ଧୁ ଯୋଗଦେବେ। ଏହି କପଲ ସେମାନଙ୍କ ଘରେ ଅନୁଷ୍ଠିତ ଏକ ରେଜିଷ୍ଟ୍ରେସନ ଏବଂ ସାଇନ୍ଇଂ ସମାରୋହ ମାଧ୍ୟମରେ ସେମାନଙ୍କ ସମ୍ପର୍କକୁ ଆନୁଷ୍ଠାନିକ କରିବାକୁ ଯୋଜନା କରୁଛନ୍ତି।

ଏକ ସାକ୍ଷାତକାର ସମୟରେ, ଅମୀର ଖାନ ତାଙ୍କ ସମ୍ପର୍କର ବିଷୟରେ କହିଥିଲେ। ସେ ପ୍ରକାଶ କରିଥିଲେ ସେମାନେ ପରସ୍ପରକୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜାଣନ୍ତି , ତା ପୁଣି ୨୦ ବର୍ଷରୁ ଅଧିକ ସମୟ ହେବ। ସମୟ ସହିତ ପରିସ୍ଥିତି ବଦଳିଲା, କିନ୍ତୁ ଯେତେବେଳେ ସେମାନେ ପୁନଃ ସଂଯୋଗ କଲେ, ଜୀବନ ଏକ ନୂତନ ମୋଡ଼ ନେଇଥିଲା। ଆମୀରଙ୍କ ଅନୁଯାୟୀ, "ଆମେ ହଠାତ୍ ଭେଟିଥିଲୁ, ପୁଣି ଥରେ ସମ୍ପର୍କ ସ୍ଥାପନ କଲୁ, ଏବଂ ସବୁକିଛି ବହୁତ ସ୍ୱାଭାବିକ ଭାବରେ ଘଟିଲା।"

ଲିଭ-ଇନରେ ରହୁଛନ୍ତି କପଲ

ଗୌରୀ ସ୍ପ୍ରେଟଙ୍କ ବିଷୟରେ କହିବାକୁ ଗଲେ, ଅମୀର ପୂର୍ବରୁ ଉଲ୍ଲେଖ କରିଥିଲେ ଯେ ସେ ମୂଳତଃ ବେଙ୍ଗାଲୁରୁରେ ରୁହନ୍ତି। ହେଲେ ଏବେ ଆମୀର ଏବଂ ଗୌରୀ ମୁମ୍ବାଇର ଏକ ଚମତ୍କାର ଘରେ ଏକାଠି ରହୁଛନ୍ତି। ଏହି କପଲ ଲିଭ୍-ଇନ୍ ରିଲେଶନରେ ରହି ସେମାନଙ୍କର ଯାତ୍ରାକୁ ସୁନ୍ଦର ଆଗକୁ ବଢାଇଛନ୍ତି। ସାକ୍ଷାତକାର ସମୟରେ, ଯେତେବେଳେ ଅମୀରଙ୍କୁ ପଚରାଯାଇଥିଲା ଯେ ବିବାହ କରିବାକୁ ଚାହୁଁଛନ୍ତି କି, ସେ ଉତ୍ତର ଦେଇଥିଲେ, "ଗୌରୀ ଏବଂ ମୁଁ ପରସ୍ପର ପ୍ରତି ପ୍ରକୃତରେ ବହୁତ ଗମ୍ଭୀର। ଆମେ ଏକ ଗଭୀର ରିଲେଶନରେ ଅଛୁ । ବିବାହ ବିଷୟରେ କହିବାକୁ ଗଲେ ମୋ ହୃଦୟ ଏବଂ ମନରୁ, ମୁଁ ତାଙ୍କୁ ବିବାହ କରିସାରିଛି।

​​​​​​​

ଗୌରୀ ସ୍ପ୍ରେଟଙ୍କ ବିଷୟରେ କହିବାକୁ ଗଲେ ସେ ଏକ ଛଅ ବର୍ଷର ପୁଅର ମାଆ। କିଛି ସମୟ ପୂର୍ବରୁ, ସେ ଉଲ୍ଲେଖ କରିଥିଲେ ଯେ ସେ ଏପରି ଏକ ସାଥୀ ଖୋଜୁଛନ୍ତି ଯିଏ ସ୍ୱାଭାବିକ ଭାବରେ କୋମଳ ଏବଂ ବୁଦ୍ଧିମାନ ହେବା ଉଚିତ୍ ଓ ସେହି ଗୁଣଗୁଡ଼ିକ ଯାହା ସେ ଆମିର ଖାନଙ୍କଠାରେ ପାଇଥିଲେ। ଉଲ୍ଲେଖନୀୟ ଯେ, ଗୌରୀ ଏବେ ଅମୀରଙ୍କ ପ୍ରଡକ୍ସନ ହାଉସର କାମରେ ଜଡିତ ହୋଇଛନ୍ତି। ଯାହାଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଛି।

Also Read-ଐଶ୍ୱର୍ଯ୍ୟା ରାୟ ହେଲେ JW Marriottର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର, ସୋସିଆଲ ମିଡିଆରେ ଦେଲେ ସୂଚନା