ମାଲକାନଗିରି ୧୭।୦୮ : ମାଲକାନଗିରି ଆଦର୍ଶ ଥାନା କାଞ୍ଚଲଓ୍ୱାଡା ଗାଁରେ ଅଘଟଣ । ପାରିବାରିକ କଳହରୁ ହତ୍ୟାକାଣ୍ଡ । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ଖବର ଅନୁଯାୟୀ, ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗାଁର ବୁଦୁରା ମାଢି ଓ ତାଙ୍କ ସ୍ତ୍ରୀ ଦେବେ ମାଢିଙ୍କ ମଧ୍ୟରେ କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବୁଦୁରା ଦେବେ ମାଢିଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ।  ଫଳରେ ଘଟଣାସ୍ଥଳରେ ହିଁ ଦେବେ ମାଢିଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଦେବେ ମାଢିଙ୍କ ଭାଇ ଦେବା ମାଡକାମି ପୋଲିସକୁ ଖବର ଦେଇଥିଲେ।

Also Read:-କେଡ଼େ ନିଷ୍ଠୁର ଏ ଦଇବ…ଶୋଇଥିଲେ ଆଈ-ନାତି, କାନ୍ଥ ପଡ଼ି ଚାଲିଗଲା ଉଭୟଙ୍କ ଜୀବନ

ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି। ଅଭିଯୁକ୍ତ ସ୍ୱାମୀ ବୁଦୁରାଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି । ଏହାସହ ଅଭିଯୁକ୍ତ ସ୍ୱାମୀକୁ କୋର୍ଟ ଚାଲାଣ କରାଯାଇଛି । ପାରିବାରିକ ବିବାଦକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ଚୋଟ ପକାଇଥିବା ବୁଦୁରା ସ୍ଵୀକାର କରିଛି।

Watch Video:-

​​​​​​​