ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍... ଫିଲ୍ମ ସହ ବ୍ୟକ୍ତିଗତ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି ସେ... ଏବେବି ସେ ଖୁବ୍ ଚର୍ଚ୍ଚାରେ। କାରଣ ଖୁବଶୀଘ୍ର ଆମୀର ନିଜ ଦୀର୍ଘଦିନର ବାନ୍ଧବୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯାହା ହେବ ତାଙ୍କର ତୃତୀୟ ବିବାହ। ହେଲେ ଏହାରି ଭିତରେ ଆମୀରଙ୍କ ବିବାହକୁ ନେଇ ଏକ ରୋଚକ ଆଲୋଚନା ଦେଖିବାକୁ ମିଳିଛି। ଏହି ଆଲୋଚନା ୧- ୧୬, ୨- ୧୬, ୩- ୧୬ ! ଥିଓରୀକୁ ନେଇ। ତେବେ କ’ଣ ଏହି ବିବାହ ଥିଓରୀ ପଢ଼ନ୍ତୁ...

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଜୁଲାଇ ୫ରେ ବାନ୍ଧବୀ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆମୀର ନିଜେ ଏହି ଘୋଷଣା କରିବା ପରଠାରୁ ହିଁ, ତାଙ୍କ ଫ୍ୟାନ୍ସ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ଫ୍ୟାନ୍ସମାନେ ଗୌରୀଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଥିବା ବେଳେ, ଦୁହିଁଙ୍କ ମଧ୍ୟରେ କେବେଠୁ ପ୍ରେମ ହୋଇଥିଲା ? ତାହା ଜାଣିବାକୁ ମଧ୍ୟ ବେଶ୍ ବ୍ୟଗ୍ର। ହେଲେ ଏସବୁ ଭିତରେ ଆମୀରଙ୍କ ପୂର୍ବ ଦୁଇ ବିବାହ ଏବଂ ତୃତୀୟ ବିବାହକୁ ନେଇ ଏକ ଥିଓରୀ ଖୁବ୍ ଚର୍ଚ୍ଚାରେ।

Also Read: ଆମୀରଙ୍କଠୁ ଛାଡପତ୍ର ପରେ କେତେ ଆଲିମନି ନେଇଥିଲେ କିରଣ-ରୀନା ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କ’ଣ ଏହି ୧- ୧୬, ୨- ୧୬, ୩- ୧୬ ଥିଓରୀ ?

ଆମୀର ୧୯୮୬ରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ରୀନା ଆମୀରଙ୍କ ପିଲାଦିନର ବନ୍ଧୁ ଏବଂ ପଡ଼ୋଶୀ। ଉଭୟଙ୍କ ବିବାହ ପ୍ରାୟ ୧୬ ପର୍ଯ୍ୟନ୍ତ ତିଷ୍ଠି ଥିଲା। ଉଭୟଙ୍କର ଦୁଇ ସନ୍ତାନ ଅଛନ୍ତି। କିନ୍ତୁ ୨୦୦୨ ଡିସେମ୍ବରରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ଏହାପରେ ଆମୀର ଖାନ ୨୦୦୫ରେ କିରନ ରାଓଙ୍କୁ ବିବାହ କରିଥିଲେ। ଉଭୟଙ୍କ ଗୋଟିଏ ପୁତ୍ର ସନ୍ତାନ ଥିବା ବେଳେ, ୨୦୨୧ରେ ପ୍ରାୟ ୧୬ ବର୍ଷ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଆଉ ଏବେ ପୁଣି ଥରେ ଅର୍ଥାତ ତୃତୀୟ ବିବାହ କରିବାକୁ ଯାଉଛନ୍ତି। ଏମିତିରେ ନେଟିଜେନ୍ସଙ୍କ ଆଲୋଚନା କରୁଛନ୍ତି, ଆମୀରଙ୍କ ପ୍ରଥମ ବିବାହ ୧୬ ବର୍ଷ ଚାଲିଥିଲା, ଦ୍ବିତୀୟ ବିବାହ ବି ୧୬ ବର୍ଷ କିନ୍ତୁ ତୃତୀୟ ବିବାହ ବି ୧୬ ବର୍ଷ ପାଇଁ କି’ ? ତେବେ ଏହା କେବଳ ଏକ ଆଲୋଚନା ମାତ୍ର। ଆମୀରଙ୍କୁ ତାଙ୍କ ବିବାହ ପାଇଁ ଶୁଭକାମନା।

Also Read: ରଣବୀରଙ୍କ ଉପରୁ ହଟିଲା 'ବ୍ୟାନ': ଲିଗାଲ ନୋଟିସ ଫେରାଇ ନେଲା FWICE, କହିଛି – ନା କେହି ଜିତିନାହିଁ, ନା ହାରିଛନ୍ତି

ଗୌରୀ ସ୍ପ୍ରାଟ କିଏ ?

ଗୌରୀ ଲାଇମଲାଇଟରୁ ଖୁବ୍ ଦୂରରେ ରହିଆସିଛନ୍ତି। ତାଙ୍କ ପରିବାର ଖୁବ୍ ସମ୍ଭ୍ରାନ୍ତ। ତାଙ୍କ ମାଆ ତାମିଲ ଏବଂ ବାପା ଜଣେ ଆଇରିସ୍ ନାଗରିକ। ଗୌରୀଙ୍କ ଜେଜେବାପା ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ଗୌରୀଙ୍କ ବୃତ୍ତି କଥା କହିଲେ ସେ ଜଣେ ଫ୍ୟାଶନ ଡିଜାଇନର। ଲଣ୍ଡନର ପ୍ରତିଷ୍ଠିତ ୟୁନିଭର୍ସିଟି ଅଫ୍ ଆର୍ଟ୍ସରୁ ଫ୍ୟାଶନ, ଷ୍ଟାଇଲିଂ ଏବଂ ଫଟୋଗ୍ରାଫିରେ FDA ହାସଲ କରିଛନ୍ତି ସେ। ଗୌରୀଙ୍କୁ ପୂର୍ବ ବିବାହରୁ ଏକ ୬ ବର୍ଷର ପୁତ୍ର ମଧ୍ୟ ଅଛି। ଅବଶ୍ୟ ତାଙ୍କ ପୂର୍ବ ସ୍ବାମୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

ନ୍ୟୁଜ ୧୮ର ଏକ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସେ ଆମୀରଙ୍କ ପ୍ରଡକ୍ସନ ହାଉସ ‘ ଆମୀର ଖାନ୍ ଫିଲ୍ମସ’ ସହ କାମ କରୁଛନ୍ତି। ଆଉ ଏହିଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ୨୦୨୫ରେ ନିଜର ୬୦ତମ ଜନ୍ମଦିନ ଅବସରରେ ଅଭିନେତା, ଗୌରୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ଏହି ସମୟରେ ଆମୀର କହିଥିଲେ ଉଭୟ ପରସ୍ପରକୁ ପ୍ରାୟ ୨୫ ବର୍ଷରୁ ଜାଣିଥିଲେ। ଆଉ ପ୍ରାୟ ଦେଢ଼ ବର୍ଷ ତଳେ ଉଭୟ ପୁଣି ପରସ୍ପରକୁ ଭେଟିଥିଲେ।