ସମ୍ବଲପୁର: ସମ୍ବଲପୁର ସହରର ବୁଢ଼ାରାଜା ସ୍ଥିତ ଦେହେରିପାଲି ଗଣେଶ ପୂଜା ମଣ୍ଡପରେ ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ, କିଛି ସମୟ ମଧ୍ୟ ପୂଜା ପେଣ୍ଡାଲ ସମ୍ପୂର୍ଣ୍ଣ ଜଳିପୋଡ଼ି ଭସ୍ମୀଭୂତ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ହଠାତ୍ ମଣ୍ଡପରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସାରା ପେଣ୍ଡାଲକୁ ବ୍ୟାପି ଯାଇଥିଲା, ଯାହାଫଳରେ ମଣ୍ଡପରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ, ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Also Read: ପବିତ୍ର ଗଣେଶ ପୂଜା, ମହାବିନାୟକ ପୀଠରେ ଧୁମଧାମରେ ଗଜାନନଙ୍କ ପୂଜା