ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନ ଦାମିଆଁ ବରବରା ଜଙ୍ଗଲରୁ ଉଦ୍ଧାର ହୋଇଛି ଏକ ନର କଙ୍କାଳ । ନାଣ୍ଡୁରୁ ଗାଁ ନିକଟସ୍ଥ ରାଜିନୀ ସଂରକ୍ଷିତ ଘଞ୍ଚ ଜଙ୍ଗଲ ମଧ୍ୟରୁ ପ୍ୟାଣ୍ଟ, ଜ୍ୟାକେଟ ଓ ଜୋତା ପିନ୍ଧା ଅବସ୍ଥାରେ ଏହି କଙ୍କାଳ ଉଦ୍ଧାର କରିଛି ବାଣପୁର ପୋଲିସ ।

ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଏବଂ କଙ୍କାଳର ଅବସ୍ଥାକୁ ଦେଖି ମୃତ୍ୟୁ ପ୍ରାୟ ୧୫ରୁ ୨୦ ଦିନ ପୂର୍ବରୁ ହୋଇଥିବା ପୋଲିସ ପକ୍ଷରୁ ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ତେବେ ଏହା ସ୍ୱାଭାବିକ ମୃତ୍ୟୁ ନା' ହତ୍ୟା ତାହା ଏବେ ରହସ୍ୟ ଘେରରେ । କାରଣ ଘଞ୍ଚ ଜଙ୍ଗଲର ଅତ୍ୟନ୍ତ ନିଛାଟିଆ ସ୍ଥାନରେ କଙ୍କାଳ ମିଳିଥିବାରୁ ମୃତକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ କେହି ଫିଙ୍ଗି ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ତେବେ ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Also Read: ଓଡ଼ିଆ ଫିଲ୍ମ ଜଗତରୁ ଦୁଃଖଦ ଖବର , ହୋଟେଲରୁ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର