କେନ୍ଦ୍ରାପଡ଼ା: ବହୁଚର୍ଚ୍ଚତ ତିଖିରି ସରପଞ୍ଚ ଚାମେଲି ଓଝା ଓ ମହାକାଳପଡ଼ା ବ୍ଲକ୍ ପ୍ରଶାସନ ବିବାଦ ଘଟଣାରେ ତଦନ୍ତ କରିବା ପାଇଁ କେନ୍ଦ୍ରାପଡ଼ାରେ ପହଞ୍ଚିଲା NHRC ଟିମ୍ । ଜାତୀୟ ମାନବାଧିକାର କମିଶନର ଏକ ତିନି ଜଣିଆ ପ୍ରତିନିଧିଦଳ ସୋମବାର ସନ୍ଧ୍ୟାରେ ଜିଲା ସର୍କିଟ ହାଉସରେ ପହଞ୍ଚିଛନ୍ତି । ମଙ୍ଗଳବାର ଏହି ଟିମ ମହାକାଳପଡ଼ା ବ୍ଲକ୍ ଓ ମହାକାଳପଡା ଥାନାରେ ପହଁଞ୍ଚି ଘଟଣାର ତଦନ୍ତ କରିବ । ପରେ ଟିମର ସଦସ୍ୟ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟିବେ l

ସୂଚନାଥାଉକି, ଗତ ଜୁନ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହିତ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା l ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି କ୍ରମରେ ଏନଏଚଆରସି ଟିମ୍ କେନ୍ଦ୍ରାପଡ଼ା ପହଞ୍ଚିଥିବା ବେଳେ, ବିବାଦରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ଭେଟି ପଚରା ଉଚରା କରିବେ ବୋଲି ଜଣାପଡ଼ିଛି ।

Also Read: ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ