କଟକ: ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ। ଆଗାମୀ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ। ଦଳର ଅଧିନାୟକ ଦାୟିତ୍ଵ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଥିବା ବେଳେ ଦଳରେ ୨ ଜଣ ରାଜ୍ୟ ବାହାରର ଖେଳାଳିଙ୍କ ସହ ୪ ଜଣ ନୁଆ ମୁହଁକୁ ସ୍ଥାନ ମିଳିଛି।

ନିନନ୍ଦା ରାଟଭ ଏବଂ ଲଳିତ ଯାଦବ ବାହାର ରାଜ୍ୟର ଖେଳାଳି ହୋଇଥିବାବେଳେ ଓମ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ୱାଜ, ସମ୍ବିତ ବେଜ, ସୋମ୍ୟ ଲେଙ୍କାଙ୍କୁ ନୂଆ ମୁହଁ ଭାବେ ସ୍ଥାନ ମିଳିଛି। ଆସନ୍ତା ୧୧ ତାରିଖରେ ଗୁଜରାଟ ବିପକ୍ଷରେ ଖେଳି ରଣଜୀ ଅଭିଯାନ ଆରମ୍ଭ କରିବ ଟିମ ଓଡ଼ିଶା। ଚଳିତବର୍ଷ କଷ୍ଟସାଧ୍ୟ ଗ୍ରୁପରେ ଓଡିଶା ସ୍ଥାନ ପାଇଥିବାବେଳେ ଦିଲ୍ଲୀ, ମହାରାଷ୍ଟ୍ର, ବେଙ୍ଗଲ, କେରଳ, ସର୍ଭିସେସ, ଝାଡ଼ଖଣ୍ଡ ଆଦି ଦଳ ଗ୍ରୁପରେ ରହିଛନ୍ତି। ଓସିଏ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ କୋଚ ଓ ମୁଖ୍ୟ ଚୟନ କର୍ତ୍ତା ସୂଚନା ଦେଇଛନ୍ତି।

Also Read: କ୍ରିକେଟରୁ ନେଇ ହକି ପର୍ଯ୍ୟନ୍ତ... ଏସୀୟ କ୍ରୀଡ଼ାରେ ହେଲା ପଦକ ବର୍ଷା, ଏହି ଇଭେଣ୍ଟରୁ ମିଳିଲା ଅଧିକ ମେଡାଲ୍