ଭୁବନେଶ୍ଵର: ଓଡ଼ିଆ ଫିଲ୍ମ ଜଗତରୁ ଆସିଛି ବଡ଼ ଦୁଃଖଦ ଖବର। ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସକେ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର। ରାଜଧାନୀର ଏକ ହୋଟେଲରୁ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ତାଙ୍କର ଅସ୍ଵାଭାବିକ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଲହରି ଖେଳି ଯାଇଛି।

ଏସକେ ମୁରଲୀଧରନ ହେଉଛନ୍ତି ଓଡ଼ିଆ ଫିଲ୍ମ ଜଗତର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ। ତାଙ୍କର ଏମିତି ଅସ୍ଵାଭାବିକ ମୃତ୍ୟୁ ଅଲିଉଡ ଜଗତକୁ ସ୍ତବ୍ଧ କରି ଦେଇଛି। କେଉଁ ପରିସ୍ଥିତିରେ ଏବଂ କିଭଳି ତାଙ୍କର ମୃତ୍ୟୁ ଘଟିଲା ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ମୁରଲୀଧରନ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଦ୍ଵାରା ନିର୍ଦ୍ଦେଶିତ ଫିଲ୍ମ ହେଉଛି ଛାତି ଚିରି ଦେଲେ ତୁ, ନେଇ ଯାରେ ମେଘ ମୋତେ, ଆକେଶ କି ରଙ୍ଗ ଲାଗିଲା, ତୋ ଆଖିରେ ମୁଁ, ନୂଆ ନୂଆ ପ୍ରେମ, ମୁଁ ଆଶିକ ମୁଁ ଆଓ୍ଵାରା। ହେଲେ ଛାତି ଚିରି ଦେଲେ ତୁ, ନେଇ ଯାରେ ମେଘ ମୋତେ, ଆକେଶ କି ରଙ୍ଗ ଲାଗିଲା ଫିଲ୍ମ ସୁପର ଡୁପର ହିଟ୍ ହୋଇଥିଲା। ଆଉ ଅଲିଉଡରେ ମୁରଲୀଧରନ ନିର୍ଦ୍ଦେଶକ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Updating...