ଉମରକୋଟ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଗଛରେ କାର୍ ପିଟିହେବାରୁ ଏଥିରେ ସ୍ୱାମୀ- ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଡାବୁଗାଁ ବ୍ଲକ ଧାମନାଗୁଡ଼ା ଠାରେ । ମୃତକ ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ା ଅଞ୍ଚଳର ବରିଷ୍ଠ LIC ଏଜେଣ୍ଟ ସୁଶାନ୍ତ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ମିନାକ୍ଷୀ ପାଣିଗ୍ରାହୀ।

ସୂଚନା ଅନୁଯାୟୀ, ଉଭୟ ଏକ କାରରେ ଶୁକ୍ରବାର ସକାଳେ ନବରଙ୍ଗପୁରରୁ ଉମରକୋଟ ପରେ ରାଇଘର ଯାଇ LIC ସମ୍ବନ୍ଧୀୟ କାର୍ଯ୍ୟ ସାରି ନବରଙ୍ଗପୁର ଯାଉଥିଲେ । ହେଲେ ଧାମନାଗୁଡ଼ାଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା ସେମାନଙ୍କ କାର୍।

Also Read: ଗଞ୍ଜେଇ ମାଫିଆଙ୍କ ଦାଦାଗିରି, ରେଡ୍ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ

ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।