ଲଣ୍ଡନ, ୧୨/୧୨:କେବେଠୁ ଏବଂ କେମିତିକିପରି ମଣିଷଙ୍କ ପାଖକୁ ଆସିଲା ନିଆଁଅଗ୍ନୀର ବ୍ୟବହାର କିଏ ଶିଖାଇଲାଏମିତି କିଛି ପ୍ରଶ୍ନ ଉପରେ ବର୍ଷ ବର୍ଷ ଧରି ଗବେଷଣା ଚାଲିଛି । ଦିନେ ଯାହାକୁ ସମସ୍ତେ ଡରୁଥିଲେ ତାହା କେମିତି ଧିରେଧିରେ ମଣିଷ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଗଲା ସେନେଇ ଅନେକ ବିଶେଷଜ୍ଞ ଭିନ୍ନ ମତ ଦେଉଛନ୍ତି । ତେବେ ଇଂଲଣ୍ଡର ପ୍ରତ୍ନତତ୍ତ୍ୱବିତମାନେ ଏକ ନୂଆ ଖୁଲାସା କରିଛନ୍ତି । ସେମାନେ ଲକ୍ଷ ବର୍ଷ ତଳେ ମଣିଷମାନେ ନିଆଁର ବ୍ୟବହାର ବାବଦରେ ଜାଣିଥିବା ନେଇ ପ୍ରମାଣ ଦେଇଛନ୍ତି । ଏଥିରୁ ନିଆଁ ମଣିଷ ଜୀବନରେ ପ୍ରାୟ ସାଢେ ଲକ୍ଷ ବର୍ଷରୁ ଲକ୍ଷ ବର୍ଷ ତଳେ ଯୋଡି ହୋଇଥିଲା ବୋଲି ସେମାନେ ଜାଣିବାକୁ ପାଇଛନ୍ତି । ଏହାସହ ପୂର୍ବରୁ ନିଆଁ ବ୍ୟବହାରର ଉତ୍ପତ୍ତି ନେଇ ରହିଥିବା ଥିଓରୀ ବା ତର୍କକୁ ନୂଆ ଗବେଷଣା ଚ୍ୟାଲେଞ୍ଜ୍ କରିଛି । ତେବେ ନିଆଁର ବ୍ୟବହାର ନେଇ କୌଣସି ସଠିକ ତଥ୍ୟ ନଥିଲେ ବି ୨୦୨୨ର ଏକ ରିପୋର୍ଟରେ ନୂଆ କଥା ସାମ୍ନାକୁ ଆସିଥିଲା । ଓ୍ୱିଜମ୍ୟାନ୍ ଇନଷ୍ଟିଚ୍ୟୁଟର କିଛି ବୈଜ୍ଞାନିକ ଇସ୍ରାଏଲରେ ଲକ୍ଷ ବର୍ଷ ତଳର ଅଗ୍ନିକାଣ୍ଡ ବାବଦରେ ତଥ୍ୟ ପାଇଥିଲେ ।

ବିବିସିର ରିପୋର୍ଟ ଅନୁସାରେ, ପ୍ରଫେସର ନିକ୍ ଆଷ୍ଟନ୍ ଏବଂ ତାଙ୍କ ଟିମ୍ ଦୀର୍ଘଦିନ ହେବ ମାନବ ଏବଂ ନିଆଁର ସମ୍ପର୍କ ନେଇ ଗବେଷଣାକରି ଆସୁଛନ୍ତି । ସେମାନେ ଗତ କିଛି ଦିନ ତଳେ ଲଣ୍ଡନର ସଫୋକରେ ଥିବା ଇଷ୍ଟ୍ ଫାର୍ମରେ ଖନନ କରୁଥିଲେ । ଏହି ସମୟରେ ପ୍ରଫେସର ନିକଙ୍କ ଟିମକୁ ପ୍ରାକ୍ ଐତିହାସିକ ଯୁଗର କିଛି ଶିଳାଲେଖ ଏବଂ ପ୍ରାଚୀନ ସଭ୍ୟତାର ସହର ମିଳିଥିଲା । ସହରର ଏକ ଘରେ ଥିବା ବିସ୍ତିର୍ଣ୍ଣ ସ୍ଥାନରେ ନିଆଁ ଜଳାଇବା ଭଳି ଛୋଟ ସ୍ଥାନ ରହିଛି । ଏହି ସଭ୍ୟତାକୁ ପ୍ରଫେସର ନିକ୍ ପ୍ରସ୍ତର ଯୁଗର ବୋଲି କହିଛନ୍ତି ।

ପ୍ରଫେସର ନିକଙ୍କ କହିବାନୁସାରେ, ପ୍ରାଚୀନ ସହରର ଅନେକ ଘରେ ଏକ ବଡ ସ୍ଥାନ ରହିଥିଲା । ସେଠାରେ ସମସ୍ତ ଲୋକ ଏକାଠି ହେଉଥିଲେ । ନିଆଁ ଜାଳି ତାହାର ଚାରିପାଖରେ ଭାବର ଆଦାନପ୍ରଦାନ କରୁଥିଲେ । ବ୍ରିଟେନର ଆଇସ୍ ଏଜ୍ ବା ବରଫ ଯୁଗ ପରେ ଏହି ସ୍ଥାନରେ କିଛି ପୋଡିଯାଇଥିବା ମାଟି ମିଳିଛି । ସେହିପରି ଏଠାରେ ଯେଉଁ ପଥରରୁ ନିଆଁ ବାହାରେ ସେହି ଚକମକି ପଥରକୁ ଠାବ କରାଯାଇଛି । ଯାହା ଲକ୍ଷ ବର୍ଷ ତଳର । ଅର୍ଥାତ ସେବେଠୁ ମଣିଷ ନିଆଁ ସହ ଜଡିତ ଥିଲା ।

ଲଣ୍ଡନ ପ୍ରତ୍ନତତ୍ତ୍ୱ ବିଭାଗର କହିବାନୁସାରେ, ନିଆଁର ବ୍ୟବହାର ଶିଖିବା ସେବେକାର ସଭ୍ୟତା ପାଇଁ ବଡ ଉପଲବ୍ଧି । ଏହାଦ୍ୱାରା ସେମାନେ ଶୀତ ଦିନେ ନିଜକୁ ଉଷୁମ ରଖିପାରୁଥିଲେ । ମାଂସକୁ ରାନ୍ଧିବା ଏବଂ ଅନ୍ୟ ଖାଦ୍ୟ ପ୍ରସ୍ତୁତିରେ ନିଆଁର ବହୁଳ ବ୍ୟବହାର କରାଯାଉଥିଲା । ସେହି ସମୟରେଲୋକଙ୍କ ପାଖରେ କିଛି ନୂଆ ଜିନିଷ ଆବିଷ୍କାର ପାଇଁ ସମୟ ଥିଲା । ସେତେବେଳର ଆବିଷ୍କାର ଆଜିର ଦିନରେ ମଧ୍ୟ କାମରେ ଆସୁଥିବା ଗବେଷକପ୍ରକାଶ କରିଛନ୍ତି

ତେବେ ନିଆଁ ପୃଥିବୀରେ ଦୀର୍ଘ କାଳରୁ ରହି ଆସିଛି । କୁହାଯାଏ କି, ୪୨୦ ମିଲିୟନ ବର୍ଷ ତଳେ ପୃଥିବୀ ଦେଖିଥିଲା ନିଆଁର କାରଳ ରୂପ । ସେହି ସମୟରେ ବିଭିନ୍ନ ଶୁଖିଲା ଡାଳପତ୍ର ଏବଂ ଜୀବାଶ୍ମରେ ନିଆଁ ଲାଗିଥିଲା । ଯାହା ପରେ ହୁହୁ ହୋଇ ବ୍ୟାପିଯାଇଥିଲା । ତେବେ ଏହା ସେତେବେଳେ ଜଙ୍ଗଲ ଉପରେ ବେଶି ପ୍ରଭାବ ପକାଇନଥିଲା । ସେହି ସମୟରେ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଅଧିକ ଥିବାରୁ ଅଗ୍ନିର ପ୍ରକୋପ ଅଧିକ ଥିଲା ।

ଏହାବ୍ୟତୀତ ଓ୍ୱିଜମ୍ୟାନ୍ ଇନଷ୍ଟିଟ୍ୟୁର ତଥ୍ୟ କହିଥିଲା ଯେ, ନିଆଁର ବ୍ୟବହାର ୧୦ ଲକ୍ଷ ବର୍ଷ ତଳେ ହୋଇଥିଲା । ଆଗକୁ ଏଆଇ ହିଁ ନିଆଁର ସୃଷ୍ଟି ନେଇ ତଥ୍ୟ ଦେବ । କିନ୍ତୁ ଇସ୍ରାଏଲରେ ଲକ୍ଷ ବର୍ଷ ତଳେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ସ୍ପେକ୍ଟୋସ୍କୋପି ଟେକନୋଲୋଜି ବ୍ୟବହାର କରି ଅଗ୍ନିକାଣ୍ଡର ସମୟ ବାବଦରେ ଜଣାପଡିଥିଲା । ​​​​​​​