ଭୁବନେଶ୍ବର ୨୪।୯: ବିଧାନସଭାରେ MMDR ଝଡ଼। ଆଜି ବି ଚାଲିପାରିଲାନି ଗୃହ । ଅପରାହ୍ନରେ ଗୃହ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ । ହାତରେ ବ୍ୟାନର ଧରି ପ୍ରତିବାଦ । ଗୃହକାର୍ଯ୍ୟ ଶୁକ୍ରବାର ସକାଳ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ।

ଗୁରୁବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କରିଥିଲେ ହଙ୍ଗାମା । MMDR ପ୍ରତ୍ୟାହାର ଦାବିରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି, ହଟ୍ଟଗୋଳ କରିଥିଲେ । ଗୃହ ମଧ୍ଯଭାଗରେ ବିରୋଧୀ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିବା ସହ ପ୍ରତିବାଦ କରିଥିଲେ । ମାତ୍ର ୧୩ ମିନିଟ୍ ଚାଲିବା ପରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ଉପ ବାଚସ୍ପତି ।

ଏହାପରେ ବିଧାନସଭା ବାହାରକୁ ଆସି ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତିବାଦରେ କଂଗ୍ରେସ ସଦସ୍ୟମାନେ ବ୍ୟାନର ପିନ୍ଧି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ସେପଟେ ବିଜେଡି ସଦସ୍ୟମାନେ ହାତରେ ବ୍ୟାନର ଧରି ବିଧାନସଭାରୁ OMC ଅଫିସ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Also Read:- ବର୍ଷା-ଭୂସ୍ଖଳନ ଆଶଙ୍କା; ଫିଲ୍ଡକୁ ଗଲେ ୫ ଅଫିସର, ୩୩ ODRAF ଟିମ୍ ମୁତୟନ

ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଯାଇଥିଲା । ହାତରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ । ଫଳରେ ଗୃହକାର୍ଯ୍ୟ ଶୁକ୍ରବାର ସକାଳ ୧୦ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ଉପ ବାଚସ୍ପତି ।

Watch Video: