ନୂଆଦିଲ୍ଲୀ ୧୯।୦୯; ମନ୍ଦିର ଦର୍ଶନ ପାଇଁ ଆସିଥିଲେ... ହେଲେ ଫେରିଲେନି! ମୃତ୍ୟୁର ମୁହଁରେ ପଡ଼ିଲେ ୭ ଜଣ ଶ୍ରଦ୍ଧାଳୁ। ପ୍ରଖର ବର୍ଷାଜଳର ସ୍ରୋତରେ ଭାସିଗଲା କାର୍। ଆଉ ଆଖି ପିଛୁଳାକେ ୮ଟି ଜୀବନ ପାଣିରେ ପ୍ରାଣ ହରାଇଲେ। ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଶିଶୁ, ୨ ମହିଳା ଏବଂ ୩ ଜଣ ପୁରୁଷ। ମଧ୍ୟପ୍ରଦେଶର ଆଗର ମାଲୱାରୁ ଆସିଛି ଛାତିଥରାଇ ଦେବା ଭଳି ଏହି ଖବର।

ଶନିବାର. ନାଲଖେଡାର ମା’ ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ ଶ୍ରଦ୍ଧାଳୁ। ହେଲେ ମନ୍ଦିର ନିକଟରେ ହିଁ ଘଟିଗଲା ଅଘଟଣ। ବର୍ଷା ପରେ ନାଳରେ ଥିଲା ପ୍ରଖର ଜଳସ୍ରୋତ। ଏହି ସ୍ରୋତକୁ ଅଣଦେଖା କରି କାର୍ଟି ନାଳ ପାର୍ ହେବାକୁ ଚେଷ୍ଟା କରିଥିବା ବେଳେ ହଠାତ୍ ପାଣିର ବେଗରେ ଭାରସାମ୍ୟ ହରାଇ କାର୍ଟି ଭାସିଗଲା । କିଛି ମୁହୂର୍ତ୍ତ ମଧ୍ୟରେ ଖୁସିର ଯାତ୍ରା ପାଲଟିଗଲା ମୃତ୍ୟୁର ଯାତ୍ରାରେ।

କହିବାକୁ ଗଲେକାର୍ ଭିତରେ ଥିଲେ ମୋଟ ୮ ଜଣ। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଶେଷରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ମୃତକମାନଙ୍କ ଓଡିଶାର ବୋଲି ପରିଚୟ ଜଣାପଡିଛି। ସମସ୍ତ ମୃତଦେହର ପୋଷ୍ଟମର୍ଟମ୍ କରାଯିବା ସହ ପ୍ରକ୍ରିୟା ଜାରି ରହିଛି।