Pakistan Energy Crisis: ଇରାନ ସହିତ ଇସ୍ରାଏଲ ଓ ଆମେରିକୀୟ ଯୁଦ୍ଧରେ ପାକିସ୍ତାନର ସ୍ଥିତି ବେହାଲ ହେଲାଣି। ଦେଶରେ ଘୋର ଶକ୍ତି ସଂକଟ ସହ ଅର୍ଥନୈତିକ ସଂକଟ ମାଡି ଆସିଲାଣି। ପେଟ୍ରୋଲ, ଡିଜେଲ ୪୦୦ରୁ ୬୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଫଳ ଓ ପନିପରିବାର ଦାମ ନ କହିବା ଭଲର। ଏଭଳି ଆର୍ଥିକ ମାନ୍ଦାବସ୍ଥାରେ ପାକିସ୍ତାନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ୬ ମାସ ପାଇଁ ମନ୍ତ୍ରୀମାନଙ୍କ ଦରମାକୁ ବନ୍ଦ କରାଯାଇଛି। ତେବେ ଦୁଇ ଦିନ ପୂର୍ବରୁ ପେଟ୍ରୋଲ ମୂଲ୍ୟ ୧୩୭ ପାକିସ୍ତାନୀ ଟଙ୍କା ଏବଂ ଡିଜେଲ ମୂଲ୍ୟ ୧୮୪ ଟଙ୍କା ବୃଦ୍ଧି କରାଯାଇଥିଲା। ତଥାପି,ଦେଶବ୍ୟାପୀ ପ୍ରତିବାଦ ପରେ,ସରକାର ଶୁକ୍ରବାର ପେଟ୍ରୋଲ ମୂଲ୍ୟ ୮୦ ଟଙ୍କା ହ୍ରାସ କରିଛନ୍ତି। ଦର ହ୍ରାସ ପରେ ପେଟ୍ରୋଲ ୩୭୮ ଓ ଡିଜେଲ ୫୨୦.୩୫ କରାଯାଇଛି।

୬ ମାସ ପର୍ଯ୍ୟନ୍ତ ବନ୍ଦ ରହିବ କ୍ୟାବିନେଟ ମନ୍ତ୍ରୀଙ୍କ ଦରମା

ଶକ୍ତି ସଂକଟ ଯୋଗୁ ପାକିସ୍ତାନରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶାହବାଜ ସରିଫ ମଧ୍ୟ କଠୋର ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମେ କ୍ୟାବିନେଟ ମନ୍ତ୍ରୀମାନଙ୍କ ଦରମା ଦୁଇ ମାସ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏବେ ମନ୍ତ୍ରୀମାନେ ଆଗାମୀ ୬ ମାସ ପାଇଁ ସେମାନଙ୍କ ଦରମା ପାଇବେ ନାହିଁ। ସେହିପରି ଜନତାଙ୍କ ଉପରେ ଚାପ କମ କରିବାକୁ ପେଟ୍ରୋଲ ଡିଜେଲ ମୂଲ୍ୟ ହ୍ରାସ କରିବା ନେଇ ମଧ୍ୟ ଶେହେବାଜ ଘୋଷଣା କରିଥିଲେ। ଏବଂ ଆଗାମୀ ମାସ ପର୍ଯ୍ୟନ୍ତ ତୈଳ ଦରରେ କୌଣସି ପରିବର୍ତ୍ତନ ହେବା ନାହିଁ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ।

Also Read- ଆତଙ୍କୀ ଦେଶର ଫୁଟାଣି ! ଦିଲ୍ଲୀ ଏବଂ ମୁମ୍ବାଇ ପରେ କୋଲକାତା ଉପରେ କରିବ ଆଟାକ୍

ରାତି ଅଧରେ ଦେଶବାସୀଙ୍କୁ ସମ୍ବୋଧନ

ତୈଳ ଦର ବୃଦ୍ଧି ପରେ ପାକିସ୍ତାନ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଇଥିଲା। ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା। ଜନ ଅଶନ୍ତୋଷ ଦେଖି ଶେହେବାଜ ସରିଫ ରାତି ଅଧିରେ ତୈଳ ଦର ହ୍ରାସ ନେଇ ଘୋଷଣା କରିଛନ୍ତି। ଦୁଇ ଦିନ ପୂର୍ବରୁ, ଶେହବାଜ ସରକାର ପେଟ୍ରୋଲ ଉପରେ ଟିକସ ₹୧୦୫ ରୁ ₹୧୬୦ କୁ ବୃଦ୍ଧି କରିଥିଲେ। ଫଳରେ ପେଟ୍ରୋଲ ମୂଲ୍ୟ ୩୨୧.୧୭ ରୁ ₹ ୪୫୮.୪୧ କୁ ବୃଦ୍ଧି ପାଇଥିଲା। ହାଇ-ସ୍ପିଡ୍ ଡିଜେଲ (HSD) ର ମୂଲ୍ୟ ମଧ୍ୟ ₹୧୮୪.୪୯ ଟଙ୍କା ବଢ଼ି ୫୨୦.୩୫ କୁ ବୃଦ୍ଧି ପାଇଥିଲା।

ଦେଶର ଏହି ସଂକଟ ପାଇଁ ପଶ୍ଚିମ ଏସିଆରେ ହୋଇଥିବା ଯୁଦ୍ଧକୁ ଦାୟୀ କରିଛନ୍ତି ଶେହବାଜ। ଷ୍ଟ୍ରେଟ୍ ଅଫ ହରମୁଜ ବନ୍ଦ ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ତିନି ସପ୍ତାହ ଧରି ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଛି, କିନ୍ତୁ ସାଧାରଣ ଲୋକଙ୍କ ଅସୁବିଧାକୁ ବିଚାର କରି ଆମେ ଜନସାଧାରଣଙ୍କ ଉପରେ ବୋଝ ଲଦି ନାହୁଁ। ଏହି ସମୟ ମଧ୍ୟରେ ସରକାର ପ୍ରାୟ ୧୨୯ ବିଲିୟନ ଟଙ୍କାର ସବସିଡି ପ୍ରଦାନ କରିଛନ୍ତି।

Also Read- ନର୍କର ଦ୍ୱାରରୁ କେମିତି ଖସିଆସିଲେ ଆମେରିକା ପାଇଲଟ୍, ୩୬ ଘଣ୍ଟା ଅପରେସନର ସଫଳତା କହିଲା ପେଣ୍ଟାଗନ୍

ଜନତାଙ୍କୁ ଆସ୍ୱସ୍ତି ଦେବାକୁ ଦେଶର ବିଭିନ୍ନ ବର୍ଗଙ୍କ ପାଇଁ ସବ୍ସିଡି ପ୍ରଦାନ କରିଛନ୍ତି ପାକିସ୍ତାନ ସରକାର। ମୋଟରସାଇକେଲ ଆରୋହୀଙ୍କୁ ଲିଟର ପ୍ରତି ୧୦୦ ଟଙ୍କା ଅତିରିକ୍ତ ସବ୍‌ସିଡି ଦେବାକୁ ଘୋଷଣା କରାଯାଇଛି। ସେହିପରି ଛୋଟ କୃଷକଙ୍କୁ ଏକର ପ୍ରତି ୧୫୦୦ ଆର୍ଥିକ ସହାୟତା ମିଳିବ। ପାକିସ୍ତାନ ରେଳବାଇ ଇକୋନୋମିକ କ୍ଲାସ୍ ଭଡ଼ାରେ କୌଣସି ବୃଦ୍ଧି ନକରିବାକୁ ନିଷ୍ପତ୍ତି ନିଆଯାଇଛି।