ନାରାୟଣପାଟଣା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଛକରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେଲା ବାଇକ । ଘଟଣା ସ୍ଥଳରେ ବାଇକ ଚାଳକ ଏବଂ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ନାଁ ରଞ୍ଜିତ ଗୁଡ଼ା ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ଲଛମଣି ଗ୍ରାମର ବୋଳି ଜଣାପଡିଛି ।

ସୋମବାର ରାତି ରାତି ୯ଟା ବେଳେ ଘଟଣା ଘଟିଥିବା ଜଣାପଡ଼ିଛି । ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।