ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୭ ବଜେଟ ପୂର୍ବରୁ ବିଭିନ୍ନ ଦିଗରେ ଉପରେ ବିଚାରବିମର୍ଶ କରିବା ଆରମ୍ଭ କରିଛନ୍ତି। କେଉଁ ଦିଗରେ ଟିକସ ବଢ଼ିବ, କେଉଁଠି କମିବ ସେନେଇ ଆଲୋଚନା ଜାରି ରହିଛି। ଲାଇଭମିଣ୍ଟର ଖବର ଅନୁସାରେ, ସରକାର ସ୍ପେକୁଲେଟିଭ ଟ୍ରେଡିଂ(ଫ୍ୟୁଚର୍ସ ଓ ଅପସନ (F&O) ଭଳି ଡେରିଭେଟିଭ୍ସ କାରବାର) ଉପରେ ଶୁଳ୍କ ବଢ଼ାଇବାକୁ ଚିନ୍ତା କରୁଛନ୍ତି।

ସଟ୍ଟାମୂଳକ ବାଣିଜ୍ୟ ଉପରେ କଟକଣା ଲଗାଇବାକୁ ଏହି ନିଷ୍ପତ୍ତି ନିଆଯାଇପାରେ। ତା’ ଛଡ଼ା ଶେୟାର ଟ୍ରେଡିଂ ଉପରେ ଶୁଳ୍କ ହ୍ରାସ କରିବାକୁ ବିଚାର କରାଯାଉଛି। ଭାରତୀୟ ରାଜସ୍ୱ ଅଧିକାରୀମାନେ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ (STT) ରେ ୫୦% ଶୁଳ୍କ ହ୍ରାସ ପ୍ରସ୍ତାବ ମଧ୍ୟ ବିଚାର କରୁଛନ୍ତି ବୋଲି ବ୍ଲୁମବର୍ଗରୁ ରିପୋର୍ଟ ଅଧାରରେ ଲାଇମିଣ୍ଟରେ ଖବର ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ଚୟନ କରାଯାଇଥିବା ପ୍ରସ୍ତାବଗୁଡିକ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ଉପସ୍ଥାପନ କରାଯିବ।

Also Read- ଭାରତରେ ଆପଲର ରାଜୁତି ଶେଷ: ନମ୍ବର-୧ ହେଲା ସାମସଙ୍ଗ, ଭିଭୋ ମାର୍କେଟ ଡାଉନ

ଫେବ୍ରୁଆରୀ ୧ ତାରିଖରେ ୨୦୨୭ ବଜେଟ ବସିବ। ହେଲେ ତା ପୂର୍ବରୁ ଟ୍ୟାକ୍ସ ପ୍ରକ୍ରିୟା ଉପରେ ବିଚାର ଚାଲିଛି। ଏନେଇ ପୂର୍ବରୁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ଅଧ୍ୟକ୍ଷ ରବି ଅଗ୍ରୱାଲ ସୂଚନା ଦେଇସାରିଛନ୍ତି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ପ୍ରାକ-ବଜେଟ୍ ପରାମର୍ଶ ସମୟରେ ବିଭିନ୍ନ ଅଂଶୀଦାରମାନଙ୍କ ପରାମର୍ଶ ଯାଞ୍ଚ କରୁଛନ୍ତି। କ୍ୟାପିଟାଲ ଗେନ୍ସ(ସମ୍ପତି କମ ଦାମରେ କିଣି ଅଧିକ ଦାମରେ ବିକି କରାଯାଉଥିବା ଲାଭ) ଉପରେ ଲାଗୁଥିବା ଶୁଳ୍କ ଉପରେ ମଧ୍ୟ ବିଚାର ଚାଲିଛି ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ।

କଣ ଚାହାନ୍ତି ଅଂଶୀଦାର(ଷ୍ଟେକହୋଲ୍ଡର)

ପ୍ରକୃତରେ ଆସନ୍ତା ବଜେଟ୍ରେ ଇକ୍ୟୁଟି ଇନଭେଷ୍ଟମେଣ୍ଟ ଉପରେ ଥିବା ଟ୍ୟାକ୍ସ ପ୍ରକ୍ରିୟା ଉପରେ ବିଚାର କରିବାକୁ ଷ୍ଟେକହୋଲ୍ଡରମାନେ ଦାବି କରୁଛନ୍ତି। ଏସଟିଟି ହେଉଛି ପ୍ରତ୍ୟୋକ ଯୋଗ୍ୟ ଟ୍ରେଡ୍ ଉପରେ ଚାର୍ଜ କରାଯାଉଥିବା ଶୁଳ୍କ। ନିବେଶକ ଲାଭ ପାଆନ୍ତୁ କିମ୍ବା କ୍ଷତି ଏହି ଶୁଳ୍କ ଦେବାକୁ ପଡ଼ିଥାଏ। ତେଣୁ ଏହାକୁ କମାଇବାକୁ ଦାବି ହେଉଛି। ସେପଟେ ଡେରିଭେଟିଭ ଟ୍ରେଡିଂରେ କମ ଶୁଳ୍କ ଥିବାରୁ ବିଶେଷ କରି ଅପନସ ଟ୍ରେଡିଂରେ ସଟ୍ଟାବାଜୀ ବାଣିଜ୍ୟକୁ ପ୍ରୋତ୍ସାହନ ମିଳୁଛି, ସେପଟେ କ୍ୟାସ ମାର୍କେଟରେ ଟ୍ରେଡିଂ ମନ୍ଥର ରହିଛି।

ସେବିର ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୨୬ରେ ଶେଷ ହୋଇଥିବା ବର୍ଷରେ ପ୍ରାୟ ୮୮ ପ୍ରତିଶତ ବ୍ୟକ୍ତିଗତ ଟ୍ରେଡର ଇକ୍ୱିଟି ଡେରିଭେଟିଭ୍ସ୍ରେ କାରବାର କ୍ଷତି ସହିଛନ୍ତି। ସେମାନଙ୍କର ମୋଟ କ୍ଷତିର ପରିମାଣ ପ୍ରାୟ ୯୧,୭୦୦ କୋଟି ଟଙ୍କା (୧୦ ବିଲିୟନ ଡଲାର) ରହିଥିଲା। ଯେଉଁଥିରେ କେବଳ 'ଅପ୍ସନ୍ସ୍' ଟ୍ରେଡିଂରୁ ୯୨% କ୍ଷତି ହୋଇଥିଲା। ସେହିପରି ନିବେଶକମାନେ ଲଙ୍ଗଟର୍ମ ଓ ଶର୍ଟଟର୍ମ ଗେନ୍ସ ଉପରେ ଏସ୍ଟିଏଟି ଏକ ଅତିରିକ୍ତ ଚାପ ସୃଷ୍ଟି କରୁଛି ବୋଲି ବିଚାର କରୁଛନ୍ତି। ଏବଂ ଇକ୍ୱିଟି ଉପରେ LTCG ଟିକସ ଉଚ୍ଛେଦ ପାଇଁ ମଧ୍ୟ ଦାବି ବଢ଼ିବାରେ ଲାଗିଛି।

Also read- ୨୦୨୭ରେ ଆମେରିକା ଠାରୁ ୨୭.୫ ଲକ୍ଷ ଟନ ଏଲପିଜି କିଣିବ ଭାରତ: ଆରମକୋ ସମେତ ୪ କମ୍ପାନୀକୁ ଟେଣ୍ଡର

ଶିଳ୍ପ ସଂସ୍ଥା 'ଫିକି' (FICCI) ର ପ୍ରତିନିଧିମାନେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏନେଇ ପ୍ରସ୍ତାବ ଦେଇଥିଲେ। ଲିଷ୍ଟେଡ୍ ସିକ୍ୟୁରିଟିଜ୍ ଉପରେ ଲାଗୁ ହେଉଥିବା ଲଗଟର୍ମ କ୍ୟାପିଟାଲ୍ସ ଗେନ୍ସ ଟ୍ୟାକ୍ସ ଛାଡ଼ ବ୍ୟବସ୍ଥାକୁ ପୁଣିଥରେ ଲାଗୁ କରିବାକୁ ସେମାନେ ଦାବି କରିଥିଲେ। ଏହାଦ୍ୱାରା ଲଗଟର୍ମ ଇନଭେଷ୍ଟମେଣ୍ଟକୁ ଆକର୍ଷିତ କରାଯିପାରିବ ବୋଲି ସେମାନେ ଦର୍ଶାଇଥିଲେ।

୨୦୦୪ରେ,ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ LTCG ଟିକସକୁ ଉଚ୍ଛେଦ କରି ସେହି ସ୍ଥାନରେ ଏସଟିଟି (ସିକ୍ୟୁରିଟି ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ) ଲାଗୁ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ, ସେତେବେଳର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୁନର୍ବାର LTCG ଟିକସକୁ ଲାଗୁ କରିଥିଲେ। ତେଣୁ ସରକାର ଏ ଦିଗରେ ବିଚାର କରୁଛନ୍ତି ବୋଲି ମିଣ୍ଟରେ ଖବର ପ୍ରକାଶ ପାଇଛି।