ବାଲେଶ୍ୱର: ବାଲେଶ୍ୱର କୃଷି ବିଭାଗରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ। ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରାୟ ୨୫ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଛନ୍ଦି ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ।

ସୂଚନା ଅନୁସାରେ, ଏହି ଆର୍ଥିକ ଅନିୟମିତତା ଅଭିଯୋଗକୁ ନେଇ ଭୋର ପ୍ରାୟ ୪ଟାରୁ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଘଟଣାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସମେତ ଜଣେ ସହକାରୀ କୃଷି ଅଧିକାରୀ ଏବଂ ଜଣେ ଏନ୍‌ଜିଓ ମୁଖ୍ୟଙ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ନେଇ ପଚରାଉଚରା କରୁଛି।

ସରକାରୀ ଯୋଜନା ଓ CMRF ପାଣ୍ଠିର ଅର୍ଥ କେଉଁ ପରିସ୍ଥିତିରେ ଏବଂ କିଭଳି ହେରଫେର ହୋଇଛି, ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ତଦନ୍ତ ପରେ ଏହି ଅର୍ଥ ହେରଫେର ମାମଲାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବା ଅନୁମାନ କରାଯାଉଛି ।

Also Read: କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ, ସମ୍ପର୍କୀୟଙ୍କ ଘରୁ ଫେରାର ହେଡ୍ କ୍ଲର୍କଙ୍କୁ ଧରିଲା ଭିଜିଲାନ୍ସ​​​​​​​