ନୂଆଦିଲ୍ଲୀ ୧୮।୦୪: ସକାଳୁ ଯଦି ମନ ସତେଜ,ପ୍ରଫୁଲ୍ଲିତ ରହେ, ତେବେ ଦିନତମାମ ସେହି ସକାରାତ୍ମକତା ବଜାୟ ରହେ । କିନ୍ତୁ ବିନା କାରଣରେ ମଧ୍ୟ ମନ ଉଦାସ, ଚିଡ଼ଚିଡ଼ା ଲାଗୁଥାଏ । ଏହାର କୁପ୍ରଭାବ ଦିନସାରା ଲାଗି ରହେ । ଏପରି କାହିଁକି ହେଉଛି ବୋଲି ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ କାରଣ ଖୋଜିବା ତେବେ ଆମକୁ ନିଜର ଶୋଇବା ଘର ଉପରେ ନଜର ପକାଇବାକୁ ପଡ଼ିବ ।

ଖଟ କେଉଁଠି, କେଉଁ ଦିଗରେ ପଡ଼ିଛି, ଏହାର ଆଖାପାଖର ପରିବେଶ କିପରି ଇତ୍ୟାଦି ବିଚାରକୁ ନେବାକୁ ହେବ । ହଁ, ବାସ୍ତୁଶାସ୍ତ୍ର ମତରେ ମନ ଚିଡ଼ଚିଡ଼ା ଦୂର କରିବାକୁ ହେଲେ ଶୋଇବା ଘରୁ ୫ଟି ଜିନିଷ ହଟାଇବାକୁ ପଡ଼ିବ । ଆସନ୍ତୁ ଜାଣିବା ଏ ସମ୍ପର୍କରେ!

-ଶୋଇବା ଖଟ ବା ଶେଯ ପ୍ରଥମେ ଠିକ୍ ଦିଗରେ ରଖନ୍ତୁ । ବାସ୍ତୁ ଅନୁଯାୟୀ ଖଟ,ଶେଯର ସର୍ବଦା ଦକ୍ଷିଣ-ପଶ୍ଚିମ ଦିଗରେ ରହିବା ଉଚିତ । ଏହାଫଳରେ ଘରର ଉର୍ଜା ଆମ ଅନୁକୂଳ ହୋଇଥାଏ ।

-ଶୋଇବା ବିଛଣା ଆଖପାଖରେ ଅବା ଖଟ ତଳେ କେବେହେଁ କୌଣସି ଲୁହା ଜିନିଷ ରଖିବା ଅନୁଚିତ । ଯଦି ସେପରି କୌଣସି ସାମଗ୍ରୀ ଅଛି ତାକୁ ଦୂରେଇ ଦିଅନ୍ତୁ ।

-ସାଧାରଣତଃ ଆମର ଅଭ୍ୟାସ ଥାଏ ଘରର ଝାଡୁକୁ ଆମେ ଖଟ ତଳେ ରଖିଦେଉ । ବାସ୍ତୁ ଦୃଷ୍ଟିରୁ ଏହା ଏକ ବଦାଭ୍ୟାସ । ଭୁଲ୍ରେ ବି ଝାଡୁକୁ ଖଟ ତଳେ ଅବା ଆଖପାଖରେ ରଖନ୍ତୁ ନାହିଁ । କାରଣ ଏହାର କୁପ୍ରଭାବ ଆମର ସ୍ୱାସ୍ଥ୍ୟ ତଥା ନିଦ ଉପରେ ପଡ଼ିଥାଏ ।

-ଶେଯ ପାଖରେ କିମ୍ବା ଖଟ ବାକ୍ସ ମଧ୍ୟରେ ଗହଣା ରଖିବା ଅନୁଚିତ । ଏପରି କଲେ ବାସ୍ତୁଦୋଷ ଲାଗିଥାଏ । ଏହାର ପ୍ରଭାବରେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ ।

-ଖଟ ଉପରେ ପଢ଼ୁ ପଢ଼ୁ ସେହି ଶେଯରେ ବହି ଥୋଇ ଶୋଇପଡ଼ିବା ଅନେକଙ୍କର ଅଭ୍ୟାସ । ମାତ୍ର ବାସ୍ତୁ ଦୃଷ୍ଟିରୁ ଏହା ଠିକ୍ ନୁହେଁ । ଏହା ଆମର ମନ ଉପରେ କୁପ୍ରଭାବ ପକାଏ।

-ଶୋଇବା ସମୟରେ ମୁଣ୍ଡ ଉପରେ କିମ୍ବା ଖଟକୁ ଲାଗି ଟେବୁଲରେ ପାଣିଭର୍ତ୍ତି ଗ୍ଲାସ୍ ରଖିବାକୁ ଆମେ ଉଚିତ ମନେ କରୁ । ରାତିରେ ଶୋଷ ହେଲେ ପାଣି ପିଇବା ସୁବିଧାଜନକ ହୋଇଥାଏ । କିନ୍ତୁ ଏପରି କରନ୍ତୁ ନାହିଁ । ବିଶେଷତଃ ମୁଣ୍ଡ ଉପରେ ପାଣି ପାତ୍ର ରଖନ୍ତୁ ନାହିଁ । କାରଣ ଜଳ ଦ୍ୱାରା ଆମର ଉର୍ଜା ଶୋଷିତ ହୋଇଯାଏ ବୋଲି ବାସ୍ତୁଶାସ୍ତ୍ରର ମତ । ପାଣିପାତ୍ର ବା ବୋତଲକୁ ଖଟଠାରୁ ଅଳ୍ପ ଦୂର ଛାଡ଼ି ରଖିବା ଉଚିତ ।

Also Read- ବିଶ୍ୱସ୍ତରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଲିଭର ସମସ୍ୟା, ୨୦୫୦ସୁଦ୍ଧା ୨ ବିଲିୟନ ଲୋକ ହେବେ ପୀଡିତ