ଭୁବନେଶ୍ବର ୫।୯: ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ମହିଳା ବଞ୍ଜରା ଗ୍ୟାଙ୍ଗ । ଭିଡ଼ ଭିତରେ କରୁଛନ୍ତି ଲୁଟପାଟ୍ । ଟାର୍ଗେଟରେ ଆମ ବସ୍ ଯାତ୍ରୀ । ମୋବାଇଲ ଓ ସୁନା ଚେନ ଝାମ୍ପି ନେଇ ଫେରାର ହେଇଯାଉଛନ୍ତି । ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି ନୟାପଲ୍ଲୀ ଥାନା ପୋଲିସ । ୫ ଜଣିଆ ମହିଳା ଲୁଟେରା ବଞ୍ଜାରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ଏହି ଗ୍ୟାଙ୍ଗ ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ସେମାନଙ୍କ ନିକଟରୁ ୧୦ଟି ଚୋରା ମୋବାଇଲ୍ ସହ ୨ଟି ଦାମୀ ବ୍ୟାଗ ଜବତ ହୋଇଛି ।

ତେବେ ଲୁଟ୍ ମୋବାଇଲ୍ ବିକ୍ରି ଉଦ୍ୟମ ବେଳେ ଜୟଦେବ ବିହାରରେ ମାଡିବସିଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ସୂଚନା । ତେବେ ଲୁଟ୍ ବେଳର ଦୃଶ୍ୟ CCTVରେ କଏଦ ହୋଇଛି ।

Also Read:- BJP କାର୍ଯ୍ୟକର୍ତ୍ତାଙ୍କୁ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର : ଅସନ୍ତୋଷ ବଢ଼ିବା ଆଗରୁ ଲୋକଙ୍କ ଯାଅ

ଏ ବର୍ଷ ପାର୍ବଣ ପୂର୍ବରୁ ଟ୍ବିନ୍ ସିଟିକୁ ବଞ୍ଜାରା ଲୁଟେରା ମୁକ୍ତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ ହୋଇଛି । ଗତ ୬ ମାସ ମଧ୍ୟରେ ଟ୍ବିନ୍ ସିଟିରେ ୮୦ରୁ ଅଧିକ ମହିଳା ବଞ୍ଜାରାଙ୍କୁ ଗିରଫ କରାଯାଇଛି । କେବଳ ଭୁବନେଶ୍ବରରେ ୬୦ରୁ ଅଧିକ ବଞ୍ଜାରା ଗିରଫ ହୋଇଛନ୍ତି । ଆଗକୁ ଆହୁରି ଜୋରଦାର ଧରପଗଡ ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Watch Video: