ଭୁବନେଶ୍ବର ୫।୯: ଲୋକଙ୍କ ସହିତ ରୁହ, ଲୋକଙ୍କ ଆଶା ପୂରଣ କର ନଚେତ ଅସନ୍ତୋଷ ବଢ଼ିବ । ପଞ୍ଚାୟତ ପୌର ସହ ସମବାୟ ନିର୍ବାଚନକୁ ଦିଅ ଗୁରୁତ୍ବ । ରାଜ୍ୟ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏମିତି କିଛି ଗୁରୁମନ୍ତ୍ର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ । ଆଜି କଟକ ଜବାହର ଲାଲ ଇନଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ। ଦଳର କାର୍ଯ୍ୟକାରିଣୀ ସଦସ୍ୟ ସମାଲ ହୋଇଛନ୍ତି। ବୈଠକରେ ତିନି ମାସ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ଦଳ | ସେହି ଆଧାରରେ ସଂଗଠନକୁ ମଜଭୁତ କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ |

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେତେ ସଫଳ ହୋଇଛି, ଲୋକଙ୍କ ପାଖରେ କେମିତି ପହଂଚିଛି ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି | ଆଗାମୀ ଦିନରେ ଦଳ ଲୋକଙ୍କ ନିକଟରେ କେମିତି ପହଂଚିବ ସେ ନେଇ କାର୍ଯ୍ୟକର୍ତ୍ତାଙ୍କୁ ଦିଆଯାଇଛି ପରାମର୍ଶ | ଏହା ସହିତ କେନ୍ଦ୍ର ଓ ରାଜ୍ୟର କାର୍ଯ୍ୟକ୍ରମଗୁଡିକ କେତେ ସଫଳତା ପାଇଛି, ସେସବୁର ସମୀକ୍ଷା ହୋଇଛି ପ୍ରଥମ ଦିବସର କାର୍ଯ୍ୟକାରିଣୀ ବୈଠକରେ | ଏହାସହ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଧନ୍ୟବାଦ ପ୍ରସ୍ତାବ ଆସିଛି। ମୋହନ ମାଝୀଙ୍କ ସରକାରରେ ସଫଳତାର ଦୁଇ ବର୍ଷ ପୂରଣ କରିଛି | ଏନେଇ ନେଇ ଧନ୍ୟବାଦ ପ୍ରସ୍ତାବ ଆସିଛି |


ମନମୋହନ ସାମଲ ପୁନଃ ସଭାପତି ହେବା ପରେ ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସମ୍ପାଦକ ସୁନୀଲ ବଂଶଲ ଉଦଘାଟନ କରିଥିଲେ | ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ଥିଲେ | କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକରେ ରାଜନୀତିକ ଚିଠା ପ୍ରସ୍ତାବ ଉପରେ ଚର୍ଚ୍ଚା ଆଲୋଚନା ହୋଇଥିଲା |

Also Read:- ଆଗପଛ ହେଉଥିଲା ସେନ୍ସର କାର୍, ମାଲିକ ପାଖକୁ ଯିବା ବେଳକୁ ଦ୍ରୁତଗତିରେ ଗାୟବ

​​​​​​​ପ୍ରାୟ ଏକ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ମୋଟ ୧୦ଟା ବୈଠକ ଅନୁଷ୍ଠିତ ହେବ | ରବିବାର ଜିଲ୍ଲା ସଭାପତି ଓ ପ୍ରଭାରୀମାନଙ୍କ ସହିତ ବୈଠକ ଅନୁଷ୍ଠିତ ହେବ | ଦ୍ଵିତୀୟ ଦିବସରେ ରାଜନୈତିକ ଚିଠା ପ୍ରସ୍ତାବ ଆସିବାକୁ ଥିବା ବେଳେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସାମିଲ ହୋଇ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ ।